ନିୟତୀ” ମାନସିକ ଅନଗ୍ରସର  ଅନୁଷ୍ଠାନରେ  ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଣୀପେଣ୍ଠ ସ୍ଥିତ “ନିୟତୀ” ମାନସିକ ଅନଗ୍ରସର   ଅନୁଷ୍ଠାନ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି। ନିୟତୀର ପ୍ରତିଷ୍ଠାତା ,ସମ୍ପାଦକ  ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ (ସେବା ନିବୃତ) ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପୁର୍ଣ୍ଣଚନ୍ଦ୍ର କୋରା ଯୋଗଦାନ କରି ମାନସିକ ଅନଗ୍ରସର ପିଲାଙ୍କୁ ଶିକ୍ଷା ଓ ତାଲିମ ଦେବା ସବୁଠାରୁ କଷ୍ଟ ସାଧ୍ୟ ତଥାପି ଗଜପତିର ଏକମାତ୍ର ମାନସିକ ଅନଗ୍ରସର ଅନୁଷ୍ଠାନ ନିୟତୀ ୧୯୯୮ ମସିହା ଠାରୁ ତାର ସେବା ଯୋଗାଇ ଆସୁଛନ୍ତି।   ସବୁବର୍ଗର ଭିନ୍ନକ୍ଷମଙ୍କୁ ସମାଜର ସ୍ୱାବଲମ୍ବନଶୀଳ କରିବା ପାଈ ସମସ୍ତେ ସଦା ସର୍ବଦା ଆଗଭର ହେବା ବାଞ୍ଛାନିୟ।   ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅନିତା ଅଧିକାରୀ, ଇନଜିନିୟର ଅରକ୍ଷିତ ପାତ୍ର, ଅରୁପାଞ୍ଜଳି ମହlନ୍ତି , ମଞ୍ଜୁଳା ପାତ୍ର ପ୍ରଭୂତି ଯୋଗଦାନ କରିଥିଲେ ।  ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶିକ୍ଷିକା ଜ୍ୟୋଷ୍ଣା ଡାକୁଆ,  ଶାଶ୍ୱତୀ ବେବର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

Leave A Reply

Your email address will not be published.