ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏସନ  ନିର୍ବାଚନ ; ୪ ପଦବୀ ପାଇଁ ଚୂଡ଼ାନ୍ତ ତାଲିକାରେ ୧୩ ଜଣ ପ୍ରାର୍ଥୀ 

0 2

ବଡ଼ବିଲ (ଶାସକ ପ୍ରଶାସକ) :ଦି ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏନ (ମାଟୋଆ)ର  ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଗତକାଲି ମୋଟ୍ ୪ଟି ପଦବୀ ପାଇଁ ୨୫ଜଣ ପ୍ରାର୍ଥୀପତ୍ର ଦାଖଲ କରିଥବା ବେଳେ, ସେମାନଙ୍କ ମଧ୍ୟରୁ ଆଜି ୧୨ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏବେ ନିର୍ବାଚନୀ ମଇଦାନରେ ୧୩ ଜଣ ପ୍ରାର୍ଥୀ ନିଜ ନିଜର ଭାଗ୍ୟ ପରୀକ୍ଷା କରିବେ। ପ୍ରକାଶ ଥାଉ କି ମାଟୋଆ ଇଲେକ୍ସନ କମିଟି ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୯ ତାରିଖ ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ମଧ୍ୟରେ ଭୋଟ ଗ୍ରହଣ କରାଯାଇ ସନ୍ଧ୍ୟା ୫ଟା ୩୦ ମିନିଟ୍ ଠାରୁ ମତଗଣନା ପ୍ରକ୍ରିୟା ଆରମ୍ଭ ହେବ ଏବଂ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯିବ। କେନ୍ଦୁଝରର  ଆଇନଜୀବୀ ବିରଜା ମିଶ୍ର ଏବଂ ବଡ଼ବିଲର  ଆଇନଜୀବୀ ଚିନ୍ମୟ ବାରିକ ନିର୍ବାଚନ ପରିଚାଳନା କରିବେ ବୋଲି ଜଣାପଡ଼ିଛି।

 

 

 

  

 

 

Leave A Reply

Your email address will not be published.