ଓଡ଼ଗାଁ ପୋଲିଓ ମୁକ୍ତ ଅଂଚଳନେଇ ସନ୍ଦେହ 

0 2

ଓଡ଼ଗାଁ ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଅଭିଯାନ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଓଡ଼ଗାଁ ବ୍ଲକ ପ୍ରଶାସନ ଦ୍ୱାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆଜି ସ୍ଥାନୀୟ ରଘୁନାଥ ବିଦ୍ୟାପୀଠରେ ଅନୁଷ୍ଠିତ  ହୋଇଯାଇଛି । ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ ପ୍ରକ୍ରିିୟା ଓ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅନୁଷ୍ଠିତ ଏହି ଅଭିଯାନରେ ଅସ୍ଥିଶଲ୍ୟ ବିଭାଗରେ ୩୧୩, ଦୃଷ୍ଟିବାଧିତ ୭୫, ଶ୍ରବଣ ଓ ବାକ୍ ବାଧିତ ୧୧, ମାନସିକ ଅନଗ୍ରସର ୭୮ ଏବଂ ଭେଷଜ ବିଭାଗରେ ୧୮ ଏହିପରି ମୋଟ ୬୦୩ ଜଣଙ୍କ ନାମ ପଞ୍ଜିକୃତ ହୋଇଥିଲା । ଡା. ବୈଦ୍ୟନାଥ ନନ୍ଦ, ପ୍ରଶନ୍ନ ପ୍ରସାଦ ସାହୁ, ପିତବାସ ନାୟକ, ଏବଂ ଡାକ୍ତର ଶତୃଘ୍ନ ନାୟକ ଯଥାକ୍ରମେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିଥିଲେ । ତେବେ ଅସ୍ଥିଶଲ୍ୟ ବିଭାଗରେ ପଞ୍ଜିକୃତ ହୋଇଥିବା ସର୍ବାଧିକ ୩୧୩ ଜଣଙ୍କ ମଧ୍ୟରୁ ଅଧିକାଂଶ ବାର୍ଦ୍ଧକ୍ୟ ଜନିତ ଏବଂ ପାରାଲିସିସ୍ କାରଣ ପାଇଁ ଭିନ୍ନକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ ୫/୭ ବର୍ଷରୁ କମ୍ ବୟଷର ଆସିଥିବା ଭିନ୍ନକ୍ଷମ ଶିଶୁମାନଙ୍କ ମଧ୍ୟରେ ପୋଲିଓ ରୋଗର ଲକ୍ଷଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ବିଶେଷ କରି ଓଡଗାଁ ଅଂଚଳରେ ଏହିଭଳି ଭିନ୍ନକ୍ଷମ ରୋଗୀ ଦେଖା ଯାଉଥିବା ଜଣାପଡିବା ପରେ ଅତୀତରେ ଗ୍ରହଣ କରାଯାଇଥିବା ପ୍ରତିଷେଧକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠୁଛି । କାରଣ ଜାତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ସମଗ୍ର ଭାରତ ବର୍ଷରେ ଗୋଟିଏ ଦିନରେ ନିର୍ଦ୍ଦିଷ୍ଟ ସମୟରେ ପଲ୍ସ ପୋଲିଓ ଇମୁନାଇଯେସନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭ୍ୟାକ୍ସିନ୍ ଗୁଡିକୁ ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ସଂରକ୍ଷିତ ରଖିବା ନେଇ ବର୍ତମାନ ସନ୍ଦେହ ପ୍ରକାଶ ପାଇବା ଅନୁଚିତ ହୋଇନପାରେ । ତତ୍କାଳ ସମୟରେ ଓଡ଼ଗାଁ ଅଂଚଳରେ ବାରମ୍ବାର ବହୁ ସମୟ ଧରି ବିଦ୍ୟୁତ ବିଛିନ୍ନ ଏକ ଦୈନଦିନ ଘଟଣାଥିଲା । ଅନ୍ୟ ପକ୍ଷରେ ଭ୍ୟାକି୍ସନ୍ ଗୁଡିକୁ ସୁରକ୍ଷିତ ରଖିବା ପାଇଁ ଡାକ୍ତରଖାନାରେ ଆବଶ୍ୟକୀୟ ସୁବିଧା ଯଦି ନଥିଲା | ତେବେ ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀ ଏଥିପ୍ରତି କାହିଁକି ଗୁରୁତ୍ୱ ଦେଇନଥିଲେ ତାହା ଅନୁସନ୍ଧାନ କଲେ ଜଣା ପଡିବ । ତେବେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା  ଅଧିକାରୀ ଏକ ନିରପେକ୍ଷ ଡାକ୍ତରୀ ଦଳ ଗଢନକରି ବର୍ତମାନ ଉକ୍ତ ଅଂଚଳରେ ପୋଲିଓ ରୋଗର ଲକ୍ଷଣ ଥିବା ଯଦି କୈାଣସି ଶିଶୁକୁ ମାନଙ୍କୁୁ ଚିହ୍ନଟ କରନ୍ତି, ତେବେ ପରବର୍ତ୍ତୀ  ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମନେକରାଯାଏ । ଜିଲ୍ଲା ସାମାଜିକ ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ  ପ୍ରଧାନ, ନୀଳମାଧଵ ମିଶ୍ର, ରଘୁନାଥ ସାହୁ ସହଯୋଗ କରିଥିଲେ । 

Leave A Reply

Your email address will not be published.