ବାହାଘର ନୁହେଁ ପିଲାଖେଳ

0 2

ଗଣ ମାଧ୍ୟମର ଭୂମିକା ନେଇ ସମ୍ବାଦିକଙ୍କ ସହ ଚର୍ଚ୍ଚା କଲେ କିଶୋରୀ

ନୂଆପଡା.(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ଭଇଁସାତାଲ ଓ ଡୁମେରପାଣି ଗ୍ରାମପଞ୍ଚାୟତର ଭଇଁସାତାଲ ଓ କୋଲଦା ଗ୍ରାମରେ ଅନନ୍ୟା କାର୍ଯ୍ୟକ୍ରମ ଅନ୍ତର୍ଗତ ବାହାଘର ନୁହେଁ ପିଲାଖେଳ ପ୍ରସଙ୍ଗ ଉପରେ ଗାଁ ର କିଶୋରୀ ମାନେ ସାମ୍ବାଦିକଙ୍କ ସହିତ ଚର୍ଚ୍ଚା କରିଥିଲେ । ଶିଶୁ ଅଧିକାର  କ୍ଷୁର୍ଣ୍ଣ ଓ ବାଲ୍ୟ ବିବାହ ରୋକିବାରେ ଗଣ ମାଧ୍ୟମର ଭୂମିକା ଉପରେ ଆଲୋଚନା ତଥା ଚର୍ଚ୍ଚା କରାଯାଇଥିଲା । ଉକ୍ତ ଚର୍ଚ୍ଚାରେ ଗ୍ରାମର କିଶୋର କିଶୋରୀ ମାନଙ୍କ ସହିତ ଗଜେନ୍ଦ୍ର ନିଆଲ, ଶିଶିର କୁମାର ଭୂୟାଁ, ଅମିତ ପୁରୋହିତ, ଦୀପକ କୁମାର ମିଶ୍ର ଆଦି ଗଣ ମାଧ୍ୟମ ପ୍ରତିନିଧି, ନେହେରୁ ଯୁବ କେନ୍ଦ୍ରର ମୁକେଶ ପାଣ୍ଡେ ଭଇଁସାତାଲ ପଞ୍ଚାୟତ ସରପଞ୍ଚ ଡିକେଶ୍ୱରୀ ମାଝୀ ଓ ସମିତିସଭ୍ୟ ମନୋଜ ବଞାରେ ଯୋଗ ଦେଇଥିଲେ । ଶିଶୁ ମାନଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଓ ସମାଜ ରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ନିରାକରଣ କରିବାରେ ପ୍ରସାଶନିକ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ , ଗଣମାଧ୍ୟମ ର ଭୂମିକା ଜେତିକି ତା ଠାରୁ ଜନସାଧାରଣଙ୍କ ଭୂମିକା ବହୁତ ଅଧିକ ବୋଲି ଉପସ୍ଥିତ ଗଣମାଧ୍ୟମ ଅତିଥି ମାନେ ମତ ଦେଇଥିଲେ । ସୂଚନା ଅନୁସାରେ ସେଭ୍ ଦି ଚିଲ୍ ଡ୍ରେନ ଓ ଆଶା ଓଡିଶା ଆନୁକୁଲ୍ୟରେ ଶିଶୁ ଅଧିକାର ଓ ବାଲ୍ୟବିବାହ ନିରାକରଣ ଜନିତ “ଅନନ୍ୟା” ନାମକ କାର୍ଯ୍ୟକ୍ରମ ନୂଆପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲୁଅଛି । ଆଶା ଓଡିଶାର ପରକୋଡ କ୍ଲଷ୍ଟର କୋଡିନେଟର ଅମୃତିନ ସତନାମୀ ଓ ଡୁମେରପାଣି କ୍ଲଷ୍ଟର କୋଡିନେଟର ଗଙ୍ଗା ସାହୁ ଚର୍ଚ୍ଚା ବୈଠକକୁ ପରିଚାଳନା କରିଥିବା ବେଳେ ପ୍ରକଳ୍ପ ସଂଯୋଜକ ସଞିବ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଭଇଁସାତାଲ ଓ କୋଲଦା ଗ୍ରାମର ଅଙ୍ଗନବାଡି ଓ ଆଶାକର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।  

 

Leave A Reply

Your email address will not be published.