ପାରମ୍ପରିକ ପାଇକ ଆଖଡ଼ା ପ୍ରତିଯୋଗିତା

0 2

http://www.youtube.com/watch?v=wGzMVO15wXs

ଭୁବନେଶ୍ୱର ତା ୨୦.୧୧.୨୦୧୯ .୧୨୦ତମ ରାଜ୍ୟସ୍ତରୀୟ ।ମହତାବ ଜୟନ୍ତୀ କମିଟି ପକ୍ଷରୁ ଆଜି କେଦ୍ରଗୌରୀସ୍ଥିତ ଗୁଆଝର ପ୍ରାଙ୍ଗଣରେ ପାଇକ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଛି।ଏହି ପ୍ରତିଯୋଗିତା ଉତ୍ସବକୁ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ଉଦଘାଟନ କରି ସମସ୍ତ ପାଇକ ପ୍ରତିଯୋଗୀଙ୍କ ଉଚ ପ୍ରଶଂସା କରିଥିଲେ କି ଭାରତ ସ୍ୱାଧୀନତା ବେଳରେ ପାଇକ ମାନେ ମୁଖ୍ୟ ନିର୍ବାହ କରିଥିଲେ।ଏବେ ବି ଏହି ପାଇକ ମାନେ ତାଙ୍କ ପୁରୁଣା କଳା ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି।ଇଂରେଜ ମାନଙ୍କ ସହ ଲଢ଼ି ଦେଶ ଓ ରାଜ୍ୟ ବଳିଦାନ ଦେଉଛନ୍ତି।

   ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା,ଦୁଃଶାସନ ସ୍ୱାଇଁ,କେଦାରନାଥ ମହାପାତ୍ର,ସନତ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ପ୍ରତିଯୋଗିତା ବିଚାରକ ଭାବେ ଇଂ ସଚିଦାନନ୍ଦ ସୁନ୍ଦରାୟ,ଶରତ ଚନ୍ଦ୍ର ପାଇକରାୟ,ନୀଳମଣି ମିଶ୍ର,ଦାମୋଦର ହରିଚନ୍ଦନ ଯୋଗଦେଇଥିଲେ।ଆଜିର ପ୍ରତିଯୋଗିତାରେ ୫୧ ପାଇକ ଦଳ ଭାଗନେଇଥିଲେ।ଆସନ୍ତା କାଲି ଡ଼ ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ କୃତି ପାଇକ ଦଳକୁ ପୁରସ୍କୃତ କରାଯିବ

Leave A Reply

Your email address will not be published.