କଫ ସିରଫ ସହିତ ନଗଦ ଟଙ୍କା ଜବତ , ଅଭିଯୁକ୍ତ ଗିରଫ

0 2

ବରଗଡ :- ଯୁବ ସମାଜକୁ ନିଶାସକ୍ତ କରାଇ ସମାଜକୁ ଅସାମାଜିକ ପଥରେ ଆଗେଇ ନେଉଛନ୍ତି କିଛି ଅସାମାଜିକ ନିଶା ବ୍ୟବସାୟୀ । ଏହି ବ୍ୟବସାୟୀ ମାନଙ୍କର କେବଳ ମୂଳ ଲକ୍ଷ୍ୟ ହେଲା ଯୁବ ସମାଜ କୁ ନିଶା ଶକ୍ତ କରାଇ ଅର୍ଥ ରୋଜଗାର କରିବା । ମୁଖ୍ୟତଃ ବରଗଡ଼  ଜିଲ୍ଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ପୋଲିସ ଦ୍ୱାରା ଏହିଭଳି ବ୍ୟବସାୟୀମାନଙ୍କର ଉପରେ କ୍ରମାଗତ ଭାବରେ ଚଢ଼ାଉ କରାଯାଉଛି ହେଲେ କିଛି ଦିନ ମାତ୍ର ଜେଲରେ ରହିବା ପରେ କେଲରୁ ଆସି ପୁଣି ସେମାନେ ଏହି ନିଶା କାରବାର ଆରମ୍ଭ  କରିଦେଉଛନ୍ତି । ଆଜି ପାଇକମାଲ ପୋଲିସ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧଙ୍କର ନେତୃତ୍ୱରେ ପାଇକମାଲ ନିବାସୀ ଜୟନ୍ତ ନାଗ ର ଘରେ ଚଢ଼ାଉ କରି ଜୟନ୍ତ ନାଗ ପାଖରୁ 50 ରୁ ଉର୍ଦ୍ଧ୍ବ ଏସକଫ କଫ ସିରଫ ସହିତ ନଗଦ 10 700 ଟଙ୍କା , ଗୋଟେ ବାଇକ , ଦୁଇ ଗୋଟି ମୋବାଇଲ , ଓ ଗୋଟେ ପଞ୍ଚ ଜବତ କରି ଅଭିଯୁକ୍ତ ଜୟନ୍ତ କୁ ଗିରଫ କରିଛି । ବିଶ୍ୱସ୍ଥ ସୂତ୍ରରୁ ଜଣା ପଡ଼ିଛି ଯେ ଜୟନ୍ତ ବହୁ ଦିନ ଧରି ଚୋରରେ ଏହି କାରବାର କରୁଥିଲା । ପୋଲିସ ତାକୁ କଫ ସିରଫ ସହିତ ଧରିବା ପାଇଁ ବହୁଦିନ ହେଲା ପ୍ରୟାସ ଜାରି ରଖିଥିଲା । ଶେଷକୁ ଆଜି ପୋଲିସ କୁ ସଫଳତା ମିଳିଛି । ଜୟନ୍ତ ବିରୋଧରେ କେଶ ରୁଜୁ କରି ନିଜେ ଥାନା ଅଧିକାରୀ ଏହିକେଶର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.