ଦରମା ଦିନ ମଜୁରୀଆଙ୍କଠୁ କମ, ହେଲେ ସେଟା ବି ଠିକାରେ ମିଳୁନି ଶିକ୍ଷକଙ୍କୁ  

0 2

ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଶିକ୍ଷକକୁ ସମାଜରେ ସର୍ବୋଚ୍ଚ ସ୍ଥାନ ତଥା ଗୁରୁର ଦର୍ଜା ଦିଆଯାଇଥିବା ବେଳେ ଆଜି ସେହି ଗୁରୁ ଅବହେଳିତ। ସରକାର ଗୁଣାତ୍ମକମାନ ଶିକ୍ଷା ପ୍ରତି ଧ୍ୟାନ ଦେଉଥିବା ବେଳେ ଶିକ୍ଷକଙ୍କ ଆର୍ଥିକ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। କେନ୍ଦ୍ରସରକାର  ଜଣେ ଶିକ୍ଷକ ପିଛା ୧୮୦୦୦ ଟଙ୍କା ଦରମା ଆକାରରେ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଶିକ୍ଷକ ମାନଙ୍କୁ ଉପେକ୍ଷା କରି ୭୪୦୦ ଟଙ୍କା ପ୍ରଦାନ କରୁଛନ୍ତି। ଦିନ ମଜୁରିଆଙ୍କ ମଜୁରୀଠୁ ବହୁତ ସ୍ବଲ୍ପ ମଜୁରୀରେ ଶିକ୍ଷକ ମାନେ କାର୍ଯ୍ୟରତ। ସୁପ୍ରିମକୋର୍ଟ ସର୍ବନିମ୍ନ ଦରମା ଓ ସମାନ କାମକୁ ସମାନ ଦରମା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କୁ ଦରମା ପ୍ରଦାନ ରେ ଅବହେଳା କରୁଛନ୍ତି। ରାଜ୍ୟ ରେ କାର୍ଯ୍ୟରତ ୪୦,୦୦୦ କନିଷ୍ଠ ଏବଂ ଚୁକ୍ତି ଭିତ୍ତିକ ଶିକ୍ଷକ ପାରିତୋଷିକ ବୃଦ୍ଧି ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସରକାର ଉକ୍ତ ବିଷୟ ପ୍ରତି କର୍ଣ୍ଣପାତ କରୁନାହିଁ ବୋଲି  ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିଯୋଗ କରିଛନ୍ତି।

ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦିର୍ଘଦିନ ଧରି ସ୍ଵଲ୍ପ ଦରମା ପାଇ ଦୁଶ୍ଚିନ୍ତା ତଥା ମାନସିକ ନିର୍ଯାତନା ଭିତରେ କାଲାତିପାତ କରୁଥିବା ମଧ୍ୟ କହିଛନ୍ତି। ଓଡିଶା କନିଷ୍ଠ ଶିକ୍ଷକ ସଂଘ ବଲାଙ୍ଗୀର ପକ୍ଷରୁ ଶତାଧିକ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନ ସ୍ଥାନୀୟ ଡି. ପି. ସି ଅଫିସ ରୁ ରାଲି କରି କଲେକ୍ଟରେଟ୍ ସାମ୍ନାରେ ଧାରଣା ଦେଇଥିଲେ।  ସ୍ବଲ୍ପ ଦରମା ପାଉଥିଲେ ମଧ୍ୟ ଠିକ୍ ସମୟରେ ଦରମା ମିଲୁନଥିବା ଏଥି ନିମନ୍ତେ ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ  ରାଜ୍ୟପାଲଙ୍କୁ ଜିଲ୍ଲାପାଲଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଦାବୀ ସମାଧାନ ନ ହେଲେ ରାଜଭବନ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.