ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ୧୫ ତମ  ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ପଶ୍ଚିମବଙ୍ଗର ଏକ ଦମ୍ପତ୍ତି

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଏକ ଶିଶୁ କନ୍ୟାକୁ ପଶ୍ଚିମବଙ୍ଗର ଏକ ଦମ୍ପତ୍ତି ଜିଲ୍ଲା- ପ୍ରଶାସନଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

   ଗଜପତି ଜିଲ୍ଲାରେ ଥିବା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଏକ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ପାଇବା ପାଇଁ ପୂର୍ବରୁ ଅନ-ଲାଇନ ଯୋଗେ ପଶ୍ଚିମବଙ୍ଗର ଏକ ଦମ୍ପତ୍ତି  ପୋଷ୍ୟ ସମ୍ବଳ ସଂସ୍ଥାକୁ ଦରଖାସ୍ତ କରିଥିଲେ । ଦମ୍ପତ୍ତିଙ୍କ ଦରଖାସ୍ତ ଓ ସମସ୍ତ ପ୍ରମାଣପତ୍ରକୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ ସଂସ୍ଥା ଅନୁମୋଦନ କରିବା ପରେ ପଶ୍ଚିମବଙ୍ଗରୁ ଉକ୍ତ ଦମ୍ପତ୍ତି ଗଜପତି ଜିଲ୍ଲାକୁ ଆସି ଶିଶୁକନ୍ୟାକୁ ଦେଖି ପସନ୍ଦ କରି ଇଛୁକ ହୋଇ ଯିବା ପରେ ତାଙ୍କ ଦରଖାସ୍ତକୁ ଜିଲ୍ଲା ପୋଷ୍ୟ ସନ୍ତାନ ଯାଞ୍ଚ କମିଟି ଯାଞ୍ଚ କରିଥିଲେ ଏବଂ ପରେ ଉକ୍ତ ଦମ୍ପତ୍ତିଙ୍କ ଶିଶୁ କନ୍ୟା ପୋଷକ ଯତ୍ନ ପାଇଁ ଅନୁମୋଦନ କରିଥିଲେ । 

  ଗତ ୧୧ / ୧୧ / ୨୦୧୯ ତାରିଖ ଦିନ ଉକ୍ତ ଦମ୍ପତ୍ତି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ ଶିଶୁ କନ୍ୟାକୁ ପୋଷକ ଯତ୍ନ ପାଇଁ ଗ୍ରହଣ କରିବାକୁ ଗଜପତି ଜିଲ୍ଲାରେ ପହଞ୍ଚିଥିଲେ । ଜିଲ୍ଲାପାଳ ଅନୁପମ ଶାହା  ଉକ୍ତ ଦମ୍ପତ୍ତିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶିଶୁ କନ୍ୟାକୁ ହସ୍ତାନ୍ତର କରିଥିଲେ । ଶିଶୁ କନ୍ୟା ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ସଭ୍ୟ ହୀରଣ୍ୟ ରାୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ୍ ସୂର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.