ବାରିପଦା(dillip mohanty)- ମୁର୍ଗାବାଡି ଗୋଲେଇ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଅଜଣା ବାଇକ ଚାଳକର ମୃତ୍ୟୁ ହୋଇଛି । ମୃତକ ଜଣଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ସୁଚନା ମୁତାବକ ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ମୁର୍ଗାବାଡି ଛକ ଠାରେ ଏକ ହୋଣ୍ଡା ସାଇନ ମୋଟର ସାଇକେଲ OD11L 5259 କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ମୋଟର ସାଇକେଲ ଚାଳକର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ପତ୍ତା ମିଳିପାରିନାହିଁ ।ବାରିପଦା ଟାଉନଥାନା ପୋଲିସଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
Sign in
Sign in
Recover your password.
A password will be e-mailed to you.