ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଓଡ଼ିଶାର ପ୍ରତିଷ୍ଠିତ ଆୟୁର୍ବେଦିକ ଔଷଧ ପ୍ରସ୍ଥତି ଅନୁଷ୍ଠାନ “ସ୍ବାସ୍ଥ୍ୟ ବିଳାସ ଫାର୍ମାସୀ” ପକ୍ଷରୁ ଭଗବାନ ଧନ୍ବନ୍ତରୀ ଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି ।
ଏହି ଅବସରରେ ସ୍ବାସ୍ଥ୍ୟ ବିଳାସ ଫାର୍ମାସୀ ଅନୁଷ୍ଠାନ ପରିସରରେ ଆୟୋଜିତ ଏକ ସଭା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ଵରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭି.ଲୋକନାଥ ରାଜୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଭଗବାନ ଧନ୍ବନ୍ତରୀ ଓ ଆୟୁର୍ବେଦ ଶାସ୍ତ୍ର ଆବିର୍ଭାବ ଓ ଉତ୍ପତ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ଆଜିକାଲି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ରୋଗର ଉପଶମ ପାଇଁ ବିଭିନ୍ନ ଔଷଧ ବ୍ୟବହାର ଉପରେ ବିଭିନ୍ନ ତଥ୍ୟ ସବୁ ଭାଇରାଲ ହେଉଛି । ଏଥିପ୍ରତି ଆମେ ସାବଧାନ ହେବାକୁ ହେବ । ଡାକ୍ତରୀ ପରାମର୍ଶ କ୍ରମେ ଉଚିତ ଚିକିତ୍ସା ପଦ୍ଧତିକୁ ଆପଣେଇବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଡ଼ଃ କାଁହୁ ଚରଣ ପାଢ଼ୀ ଯୋଗଦେଇ ଶତାଧିକ ସଂଖ୍ୟାରେ ଔଷଧୀୟ ଗଛଳତା ଆମ ଚତୁର୍ପାର୍ଶ୍ଵରେ ରହିଥିଲେହେଁ ଆମେ ତାକୁ ଚିହ୍ନି ନ ପାରି ନଷ୍ଟ କରି ଦେଉଛେ । ସେ ସବୁର ରାକ୍ଷଣାବେକ୍ଷଣାର ଆବଶ୍ୟକତା ରହିଛି । ଆୟୁର୍ବେଦ ଶାସ୍ତ୍ରରେ ଔଷଧୀୟ ଚେରମୂଳି ସଂଗ୍ରହ କରିବାର ଗୋଟିଏ ନିର୍ଦ୍ଧିଷ୍ଟ ଦିନବାର ରହିଛି । ସେହିଭଳି ଔଷଧି ଖାଇବା ମଧ୍ୟ କେଉଁ ଗ୍ରହରେ କେଉଁ ରୋଗ ପାଇଁ କେଉଁ ଔଷଧ ଖାଇଲେ ସମ୍ପୃକ୍ତ ରୋଗରୁ ଉଚିତ ପ୍ରକାର ଉପଶମ ମିଳିଥାଏ , ତାହାର ଏକ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।
http://www.youtube.com/watch?v=mME9IpaM8Qo
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୁରୁ ଗୌରବ ଗୌର ଚନ୍ଦ୍ର ପଣ୍ଡା ଯୋଗଦେଇ ଆଜିକାଲି ସୁଖମୟ ଜୀବନରେ ସୁଖୀନ ମୟ ଖାଦ୍ୟପେୟ ଯୋଗୁଁ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଇଥାଏ । ଏସବୁ ପ୍ରତି ସଚେତନ ରହି ଦୈନିକ ଶାରୀରିକ ଯୋଗଭ୍ୟାସ କରିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ । ଅନ୍ୟ ପକ୍ଷରେ ବେଲ, ତୁଳସୀ , ନିମ୍ବ , ବଟ , ଓସ୍ତ ପ୍ରଭୃତିର ରହିଥିବା ଔଷଧୀୟ ଗୁଣବତ୍ତାର ବିହୀନ ଦିଗ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ରାୟଗଡା ଜିଲ୍ଲା ଆମ୍ବାଦଳା ସ୍ଥିତ ଗାୟତ୍ରୀ ଆୟୁର୍ବେଦିକ କ୍ଲିନିକର ମୁଖ୍ୟ କବିରାଜ କୋଲୁରୁ ଆପ୍ପାରାଓ ଙ୍କୁ “କବିରାଜ ସତ୍ୟନାରାୟଣ ପାତ୍ର ସ୍ମୃତି ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ବେଳେ କଳାହାଣ୍ଡି ଜିଲ୍ଲା ଡଙ୍ଗରିଆ ଗାଁର କବିରାଜ ବନମାଳୀ ମା ଏବଂ ସୋନପୁର ଜିଲ୍ଲା ଅସୁରମୁଣ୍ଡା ଲଛିପୁର ଗ୍ରାମର କବିରାଜ ଅଚ୍ୟୁତ ନାୟକଙ୍କୁ ସ୍ବାସ୍ଥ୍ୟ ବିଳାସ ଫାର୍ମାସୀ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଫାର୍ମାସୀର ନଳିନୀ କାନ୍ତ ପାତ୍ର ସ୍ୱାଗତ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଫାର୍ମାସୀର କବିରାଜ ରାମନାଥ ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଫାର୍ମାସିର ରମାକାନ୍ତ ପାତ୍ର ଓ ଡାଃ ପୂର୍ଣ୍ଣଚନ୍ଦ୍ର ପାତ୍ର ପରିଚଳନା କରିଥିଲେ । ଏହି ଅବସରରେ ଫାର୍ମାସୀ ପକ୍ଷରୁ ପୂର୍ବାହ୍ନରେ ଭଗବାନ ଧନ୍ବନ୍ତରୀଙ୍କ ପୂଜା ଆରାଧନା ଓ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।