ଶ୍ୟାମାକାଳୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଉପହାର ସମ୍ଭାରର ଉଠାଣ

3

(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ଗ୍ରାମରେ ମାଁ ଦକ୍ଷିଣକାଳୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ  ଦୁଇଦିନ ଧରି ଅପେରା ସାଙ୍ଗକୁ ସାଂସ୍କୃତିକ  କାର୍ଯ୍ୟକ୍ରମ ମେଲୋଡି ଅନୁଷ୍ଠିତ ହୋଇଯାଇଛି I ଏହି ପୂଜା ଅବସରରେ ଏକ ଉପହାରର ସମ୍ଭାର କରାଯାଇଥିଲା I ଏହି କାର୍ଯ୍ୟକ୍ରମ ମା ଦୁର୍ଗାପୂଜା କମିଟି କନ୍ଧପଡ଼ା ଦ୍ୱାରା ଆୟୋଜନ କରାଯାଇଥିଲା I କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ- ପ୍ରତାପଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା  ଦେବରାଜ ନାୟକ, ସମ୍ମାନୀତ ଅତିଥି  ଶ୍ରୀକାନ୍ତ ମାହାର, ହିମାଂଶୁ ପ୍ରଧାନ, ଦିଲ୍ଲୀପ ବେହେରା, ଗଜାନନ ସାହୁ, ରମେଶ ଚନ୍ଦ୍ର ପାତ୍ର, କମିଟିର ସଭାପତି ପ୍ରକାଶ କୁମାର ସାହୁ, ସମ୍ପାଦକ ଉତ୍ତମ ଥାଟି, ଉପସଭାପତି ବିନୋଦ କୁମାର ମହାଖୁଡ, ସହସମ୍ପାଦକ  ସୁନୀଲ ସାହୁ, କୋଷାଧକ୍ଷ  ବୁଦ୍ଧଦେବ ସାହୁ, ଉପସ୍ଥିତ ରହିଥିବା ବେଳେ ଜୟନ୍ତ ମାହାର ମଞ୍ଚ ପରିଚାଳନା କରିଥିଲେ ଏବଂ ହିମାଂଶୁ କୁମାର ପ୍ରଧାନ, ନାରାୟଣ ସାହୁ ଉପହାର ସମ୍ଭାରର ପରିଚାଳନା କରିଥିଲେ I ଭାଗ୍ୟଶାଳୀ ବିଜେତା ମାନଙ୍କ କୁପନ ନମ୍ବର ପ୍ରକାଶ କରାଯାଇଥିଲା I ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପୁରସ୍କାର ଗୁଡିକର କୁପନ କ୍ରମିକ ନମ୍ବର -06019,13063, 09327, 09049, 08675, 01841, 08526 | କମିଟିର ସୂଚନା ମୁତାବକ ଭାଗ୍ୟଶାଳୀ ବିଜେତା ମାନେ 15ଦିନ ଭିତରେ ଆସି ସଭାପତିଙ୍କଠାରୁ ତାଙ୍କର ଉପହାର ନେଇଯିବାକୁ ଅନୁରୋଧ କରିଛନ୍ତି I

Leave A Reply

Your email address will not be published.