“କଦଳିଗଡ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ହେଉ”

2

 ଅଭିଭାବକମାନେ  ଡିଇଓଙ୍କୁ ଦେଲେ ଦାବିପତ୍ର 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳିଗଡ ହାଇସ୍କୁଲ ପ୍ରଧାନ ଶିକ୍ଷକ,ବିଜ୍ଞାନ ଶିକ୍ଷକ ,ସଂସ୍କୃତ ଶିକ୍ଷକ ,କିରାଣୀ ଏବଂ ରାତ୍ରଜଗୁଆଳି ପଦବୀ ଖାଲି ପଡିଛି I  ଏଥି  ମଧ୍ୟାହ୍ନ ଭୋଜନ ରେ ମଧ୍ୟ ସମସ୍ୟା ଦେଖାଦେଇଛି I ଏହାର ପ୍ରତିକାର  ପାଇଁ ଅଭିଭାବକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I 

ଚଳିତ ବର୍ଷ ଏହି ସ୍ଲୁଲ କୁ ୫୦ ବର୍ଷ ପାଳନ କରିବାକୁ ଯାଉଥିବା ବେଳେ ପ୍ରଧାନ ଶିକ୍ଷକ ସମେତ ଅନ୍ୟାନ ଶିକ୍ଷକ ପଦବୀ ଖାଲି ପଡିଛି I ଏଭଳି ସ୍ଥିତିରେ ଛାତ୍ର ଛାତ୍ରୀ ଙ୍କ ପାଠପଢା ବାଧାପ୍ରାପ୍ତ  ହେଉଛି I ଏହାକୁ ନେଇ ଅଭିଭାବକ ମାନେ ହୋଇପଡିଛନ୍ତି I ସେହି ପରି ଏଠାରେ ନିଯୁକ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ସାହୁ ମଧ୍ୟାହ୍ନ ଭୋଜନ ହେରଫେର ଘଟଣାରେ ଗତ ସେପ୍ଟେମ୍ବର ୧୧ ତାରିଖରେ ନିଲମ୍ବିତ ହେଇଛନ୍ତି I ଫଳରେ କିଛି ଦିନ ହେଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି I ଅପରପକ୍ଷେ ମଧ୍ୟାହ୍ନ ଭୋଜନ ରେ ମଧ୍ୟ ଘୋର ଅବ୍ୟବସ୍ଥା ଦେଖାଦେଇଛି I ଏଣୂ ଛାତ୍ର ଛାତ୍ରୀ ଙ୍କ ଶିକ୍ଷାର ବିକାଶ ଲାଗି ଯଥାଶୀଗ୍ର ଶିକ୍ଷକ ନିଯୁକ୍ତି ପାଇଁ ଦାବି କରାଯାଇଛି I ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଦୀପ ମହାଖୁଡ ,ଶରତ ଚନ୍ଦ୍ର ଖଟୁଆ ,ରତ୍ନ ମଞ୍ଜରି ଦେହୁରି ,ରିନା ସାହୁ ,କଦଳିଗଡ ସମିତି ସଭ୍ୟ ଧର୍ମେନ୍ଦ୍ର ପ୍ରସାଦ ପ୍ରମୁଖ ସମ୍ବଲପୁର ଡିଇଓ ସୁବୋଧ କୁମାର ଦାସ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି I ଏନେଇ ଡିଇଓ ଶ୍ରୀ ସୁବୋଧ ଦାସଙ୍କୁ ଆମେ ପଚାରିବାରୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି  |

Leave A Reply

Your email address will not be published.