ବରଗଡ :- ବିଜେପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ରେକର୍ଡ଼ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରାୟ 98 ହଜାର ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ସନତ ଗଡ଼ତିଆ ଙ୍କୁ ପରାସ୍ତ କରିଥିବା ଶ୍ରୀମତୀ ରୀତା ସାହୁ ଆଗାମୀ ଦିନରେ ବିଜେପୁର ବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି କୁ ନିଶ୍ଚିତ ଭାବରେ ପୂର୍ଣ କରିବେ ବୋଲି କହିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ ସମୟରେ ରୀତା ସାହୁ ଙ୍କର ସହିତ ମାନ୍ୟବର ମନ୍ତ୍ରୀ ଟୁକୁନୀ ସାହୁ , ପୂର୍ବତନ ସାଂସଦ ଶ୍ରୀ ପ୍ରଭାସ ସିଂ , ଗୌରହରି ମିଶ୍ର , ନାରାୟଣ ସାହୁ , ବିଜେପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ରାଜକୁମାରି ମହାପାତ୍ର , ଶକୁନ୍ତଳା ମହାପାତ୍ର , ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ସୁରୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post