ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଣ୍ଟର

0 2

ଜଗତସିଂହପୁର:(ଶାସକ ପ୍ରଶାସକ )-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହେଲପ୍ ଡେସ୍କ କାଉଣ୍ଟର ଠାରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କ୍ୟାମ୍ପ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରିଛନ୍ତି।ଏହି କ୍ୟାମ୍ପରେ ଅନ୍ ଲାଇନ୍ ଲର୍ଣ୍ଣସ ଲାଇସେନସ୍ ପାଇଁ ଆବେଦନ କରାଯିବ।ଜିଲ୍ଲାପାଳ ଏହି କ୍ୟାମ୍ପ ଉଦଘାଟନ କରି କହିଲେ ଲର୍ଣ୍ଣସ ଲାଇସେନସ୍ ପାଇଁ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଅଧିକ ଭିଡ ପରିଲକ୍ଷିତ ହେଉଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଣ୍ଟର ଖୋଲାଯାଇଛି।ଏହା ଦ୍ୱାରା ଲର୍ଣ୍ଣସ ଲାଇସେନସ୍ ପାଇଁ ଆସୁଥିବା ଜନସାଧାରଣ ଏହାର ସୁଯୋଗ ନେଇପାରିବେ।ଜିଲ୍ଲାପାଳ ଏହି କାଉଣ୍ଟରରେ ଲତିକା ଦାସଙ୍କୁ ଲର୍ଣ୍ଣସ ଲାଇସେନସ୍ ପ୍ରଦାନ କରିଥିଲେ। ଆଂଚଳିକ ପରିବହନ ଅଧିକାରୀ ବିଜୟ କୁମାର ନାୟକ ଯୋଗଦେଇ ଏହି କ୍ୟାମ୍ପ ଛୁଟିଦିନ ବ୍ୟତିତ ପୁର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ପ୍ରକାଶ କରିଥିଲେ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୋଟରଯାନ ନିରିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ।

 

Leave A Reply

Your email address will not be published.