ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ : ବିଶ୍ୱ ଆୟୋଡିନ ଅଭାବ,କୁପରିଣାମ ପ୍ରତିହତ ଦିବସ ପାଳିତ

0 2

ଜଗତସିଂହପୁର:(ଶାସକ ପ୍ରଶାସକ ):- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ଆୟୋଡିନ ଅଭାବ, କୁପରିଣାମ ପ୍ରତିହତ ଦିବସ ରବିବାର ଦିନ ପାଳିତ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଗୁଞ୍ଜର ଚରଣ ମହନ୍ତ ଯୋଗଦେଇ ପ୍ରଦୀପ ଉଜ୍ଜଳନ କରିବା ସହିତ ନିଜ ବକ୍ତବ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୧ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।ଖାଦ୍ୟରେ ଆୟୋଡିନର ଅଭାବ ଥିଲେ, ଗଳଗଣ୍ଡ,ମାନସିକ ବିକୃତ, ଓଜନ ବଢିଯିବା,ଚର୍ମ ଶୁକ୍ଷ୍ମ ହୋଇଯିବା ଓ ଦୁର୍ବଳ ଲାଗିବାଭଳି ବିଭିନ୍ନ ରୋଗ ହୋଇଥାଏ।ପ୍ରତି ରୋଗକୁ ପ୍ରତିହତ କରିବା ପାଇଁ ଆୟୋଡିନର ଆବଶ୍ୟକତା ରହିଛି।ତେଣୁ ଦୈନଦିନ ଜୀବନରେ ଆୟୋଡିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ବୋଲି ପ୍ରକାଶ କରିଥିଲେ।ଏହି ଦିବସରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା.ଶ୍ରୀ ରାୟ ଯୋଗଦେଇ ଆୟୋଡିନର ଅଭାବ ରୋଗର କାରଣ ହୋଇଥାଏ।୧୯୯୨ ମସିହାରୁ ରାଜ୍ୟ ସରକାର କେବଳ ଆୟୋଡିନ ଯୁକ୍ତ ଲୁଣ ବିକ୍ରି ଉପରେ ନିଷ୍ପତି ଗ୍ରହଣ କରିଥିଲେ।ପାର୍ବତ୍ୟ ଅନ୍ଚଳରେ ଥିବା ମାଟିରେ ଆୟୋଡିନ ଅଭାବଥାଏ,ସେଠାରୁ ମିଳୁଥିବା ପନିପରିବା,ଶାଗ ସବଜିରେ ଆୟୋଡିନ କମ୍ ପରିମାଣରେ ଥାଏ।ସାଧାରଣତଃ ଜଣେ ବ୍ୟକ୍ତି ୫ରୁ ୧୦ ମିଲିଗ୍ରାମ ଲୁଣ ବ୍ୟବହାର କରିଥାଏ।ବ୍ରେଡ,ଖିର, କଦଳୀ,ଦହି,ଅଣ୍ଡାର କେଶରରେ,କନ୍ଦମୂଳ,ପାଳଙ୍ଗ ଶାଗ ଇତ୍ୟାଦିରେ ଆୟୋଡିନ ଥାଏ। ଆୟୋଡିନ   ଯୁକ୍ତ ଖାଦ୍ୟ ଖାଇବା ପାଇଁ ଗର୍ଭବତୀ ମହିଳା ମାନଙ୍କୁ ଆଶାକର୍ମୀମାନେ ସଚେତନ କରିବା ଆବଶ୍ୟକ ବୋଲି ଡା.ଶ୍ରୀ ରାୟ ପରାମର୍ଶ ଦେଇଥିଲେ।ଏହି ଦିବସରେ ଏପିଡେମିଷ୍ଟ ଡା.ଅଶୋକ କୁମାର ସାହୁ ଯୋଗଦେଇ ଆୟୋଡିନ ଯୁକ୍ତ ଖାଦ୍ୟ ଖାଇବା ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ।ଏଥି ସହିତ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର (ଜାତୀୟ ସ୍ୱାସ୍ଥ୍ୟ ମିଶନ) ଚକ୍ରଧର ଜେନା ଯୋଗଦେଇ ବିଭିନ୍ନ ଖାଦ୍ୟରୁ କିପରି ଶରୀରକୁ ଆୟୋଡିନ ଆସିଥାଏ ସେ ବିଷୟରେ ବିଷଦ ବିବରିଣୀ ପ୍ରଦାନ କରିଥିଲେ।ଏହି ଦିବସରେ ସହ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବିରେନ୍ଦ୍ର କୁମାର ନାୟକ ଯୋଗଦେଇ ଗତବର୍ଷ ଏହି ଦିବସର ସଫଳ କାର୍ଯ୍ୟକ୍ରମ ଉପରେ ବିଷଦ ବିବରଣୀ ଦେବା ସହ ଆଶାକର୍ମୀ ମାନେ ଅଧିକରୁ ଅଧିକ ଗର୍ଭବତୀ ମହିଳାମାନଙ୍କୁ ଆୟୋଡିନ ଯୁକ୍ତ ଖାଦ୍ୟ ଖାଇବା ପାଇଁ ପ୍ରବର୍ତ୍ତାଇବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ନର୍ସିଂହୋମରୁ ଆସିଥିବା ମୁଖ୍ୟ,ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ/ଶିକ୍ଷୟତ୍ରୀ ,ସହ ମ୍ୟାନେଜର,ଆଶା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉପ ପରିଚାଳକ, ଶିଶୁ ଓ ପ୍ରଜ୍ଜନନ ଶୁକାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ  ସ୍ୱସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.