ମୃତ୍ୟୁ ଆସେ ଏମିତି : କାହାପାଇଁ ଥିଲା, କାହାର ପ୍ରାଣ ଗଲା !!!

0 3

ନୟାଗଡ (ବିଶ୍ୱଜିତ ନାୟକ) – ବାରହା ଶିକାର କରିବାପାଇଁ ବିଦ୍ୟୁତ ତାର ଲଗାଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଏଭଳି ଏକ ଘଟଣା ଘଟିଛି ଖଣ୍ଡପଡ଼ା ଥାନା ଦତପୋଖରୀ ଗ୍ରାମରେ । ବେଣାଗାଡ଼ିଆ ପଞ୍ଚାୟତ ବରକୋଳି ଗ୍ରାମର ଆଲୋକ ଖଟୁଆ ଭୋରୁ ବିଲକୁ କାମକରିବାକୁ ଯାଇଥିଲେ |  କିନ୍ତୁ ଶିକାରୀ ବାରହା ଶିକାର କରିବା ନିମନ୍ତେ ବିଦୁତ ତାର ବିଛେଇଥିବା ବେଳେ  ତାର ସଂସ୍ପର୍ଶରେ ଆସିଥିଲେ ଆଲୋକ ଖଟୁଆ ଏବଂ ତାଙ୍କ ସାଙ୍ଗରେ ଯାଇଥିବା ଅନ୍ୟ ଜଣେ ଯୁବକ କିଛି ବୁଝିନପାରି ଦୌଡ଼ି ଦୌଡ଼ି ଆସି ପରିବାର ଲୋକଙ୍କୁ ଜଣାଇ ଥିଲେ । ପରିବାର ଲୋକ ସେଠାକୁ ଯାଇ ଦେଖିବା ବେଳକୁ ଆଲୋକ ମୂର୍ଚ୍ଛା ହୋଇ ପଡିଛନ୍ତି । ପ୍ରଥମେ ପରିବାରଲୋକ ତାଙ୍କୁ ଖଣ୍ଡପଡ଼ା ଡାକ୍ତରଖାନା ନେଇଥିଲେ ଏବଂ ପରେ ନୟାଗଡ ମୁଖ୍ୟଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 

Leave A Reply

Your email address will not be published.