ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ସମୟସୀମା ବୃଦ୍ଧି ସମ୍ପର୍କୀୟ ଏକ ବୈଠକ ରାଜନୈତିକ ଦଳମାନଙ୍କର ପ୍ରତିନିଧି ମାନଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶ ଅନୁଯାୟୀ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସମୟସୀମା ବୃଦ୍ଧି କରାଯାଇଛି।ମତଦାତା ଯାନ୍ଚ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିଲା।ବର୍ତ୍ତମାନ ଏହା ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।ଏହି ସମୟସୀମା ମଧ୍ୟରେ ମତଦାତା ଯାନ୍ଚ ଓ ପ୍ରାକସଂଶୋଧନ ପ୍ରକ୍ରିୟା ଚାଲିବ।ନଭେମ୍ବର ୨୫.୨୦୧୯ ରେ ସଂଶୋଧିତ ଭୋଟର ତାଲିକା ଚିଠା ପ୍ରକାଶ ପାଇବ।ନଭେମ୍ବର ୨୫ରୁ ଡିସେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଭୋଟର ମାନଙ୍କ ଠାରୁ ଅଭିଯୋଗ ଓ ଦାବି ଗ୍ରହଣ କରାଯିବ।୨୦୨୦ ମସିହା ଜାନୁୟାରି ୧୦ ତାରିଖ ସୁଦ୍ଧା ଅଭିଯୋଗ ଓ ଦାବୀ ଉପରେ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯିବ । ଜାନୁୟାରୀ ୧୭.୨୦୨୦ ସୁଦ୍ଧା ଅନୁପୁରକ ତାଲିକା ଯୋଗ କରାଯିବ।ଜାନୁୟାରୀ ୨୦ .୨୦୨୦ ଦିନ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ଉକ୍ତ ବୈଠକରେ ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ କହିଲେ ମତଦାତା ଯାନ୍ଚ କାର୍ଯ୍ୟକ୍ରମରେ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ଯାନ୍ଚ କରିବେ ଓ ପ୍ରମାଣପତ୍ର ସଂଗ୍ରହ କରିବେ ।ମୃତ ବ୍ୟକ୍ତି ,ସ୍ତାନାନ୍ତରିତ ଭୋଟର,ବହୁଦିନ ଧରି ଅନୁପସ୍ଥିତ ଥିବା ଭୋଟର ଓ ନୂତନ ଭୋଟର ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରତ୍ୟେକ ବ୍ଲକରେ ପ୍ରଦାନ କରିବେ।ପ୍ରମାଣପତ୍ର ଗୁଡିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ବ୍ଲକ ଓ ସହଜ ସେବା କେନ୍ଦ୍ରରେ ସ୍କାନ ଓ ଅପଲୋଡ କରାଯିବ।ଏହା ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ।ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧି ମାନେ ବୁଥ ସ୍ତରୀୟ ଏଜେଣ୍ଟ ଦିଅନ୍ତୁ।ଭୋଟର ଯାନ୍ଚ ପ୍ରକ୍ରିୟାରେ ପାସପୋର୍ଟ , ଆଧାରକାର୍ଡ,ପାନକାର୍ଡ ,ଡ୍ରାଇଭିଙ୍ଗ ଲାଇସେନ୍ସ,ରାସନକାର୍ଡ କିମ୍ବା ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ଯେକୌଣସି ଗୋଟିଏ ଦସ୍ତାବିଜ୍ ବୁଥ ସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରନ୍ତୁ।ଏହି ବୈଠକରେ ସହକାରୀ ଜିଲ୍ଲାପାଳ ନିର୍ବାଚନ ଶ୍ରୀମତୀ ବିନୀତା ଦାଶ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସମେତ ଭାରତୀୟ ଜାତୀୟ କଂଗ୍ରେସ,ବିଜୁ ଜନତାଦଳ,ବହୁଜନ ସମାଜପାର୍ଟି ଓ ଭାରତୀୟ ଜନତା ପାର୍ଟିର ପ୍ରତିନିଧିମାନେ ଉପସ୍ଥିତଥିଲେ।
Sign in
Sign in
Recover your password.
A password will be e-mailed to you.