ଜଗତସିଂହପୁର:(ରମେଶ ମହାନ୍ତି):-ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ମା” ଶାରଳା ଠାକୁରାଣୀ ଙ୍କ ମନ୍ଦିରର ମୁଖ୍ୟ ଦ୍ୱାରରେ ନୂତନ କବାଟ ପ୍ରତିଷ୍ଠା ମହୋତ୍ସବ ଉଦାସ ଆଶ୍ରମ ଶୋଲର ଛତିଆ ଯାଜପୁରର ମଠାଧିଶ ବ୍ରହ୍ମଚାରୀ ରବିନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରାତଃ ସମୟରେ ନଗର କିର୍ତ୍ତନ ପରିକ୍ରମା,ମାଙ୍କୁ ୧୦୮ ତିର୍ଥଜଳ ସ୍ନାନ,ଷୋଡଶ ଉପଚାର ପୂଜାର୍ଚ୍ଚନା ଓ ବ୍ରହ୍ମ ଏକାକ୍ଷର ବିଶ୍ୱଶାନ୍ତି ମହାଯଗ୍ୟଁ ବୈଦିକ ବିଧିବିଧାନରେ ଅନୁଷ୍ଠିତ ହୋଇଥିଲା।ଗତ ରବିବାର ଦିନ ଏହି ଉପଲକ୍ଷେ ଆୟୋଜିତ ଧର୍ମସଭା ଓ ସାଧୁସନ୍ଥ ସମାବେଶରେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ,ସ୍ତମ୍ବକାର ଅରୁଣ କୁମାର ପଣ୍ଡା,ବାବା ଜଗନ୍ନାଥ ଦାସ,ବାବାଜୀ କୃଷ୍ଣ ଚନ୍ଦ୍ର ଦାସ,ବାବା ଉଦ୍ଧବ ଦାସ,ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଓ ଗ୍ୟାନାନନ୍ଦ ସରସ୍ୱତୀ ପ୍ରମୂଖ ଆଧ୍ୟ୍ୟାତ୍ମିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମା”ଙ୍କ ସମ୍ମୁଖରେ ଅନୁଷ୍ଠିତ ବ୍ରହ୍ମ ଏକାକ୍ଷର ବିଶ୍ୱଶାନ୍ତି ଯଞ୍ଗ୍ୟର ଯଞ୍ଗ୍ୟକର୍ତ୍ତା ତଥା ଆଶ୍ରମ ସେବକ ସତ୍ୟ ରଞ୍ଜନ ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପଣ୍ଡିତ ଖଗେଶ୍ୱର ରଥ,ରାଧାକାନ୍ତ ପଣ୍ଡା,ନିଳମଣୀ ପଣ୍ଡା,ଗୟାଧର ପଣ୍ଡା ଓ ପୁସ୍ତକାଚାର୍ଯ୍ୟ ଅରବିନ୍ଦ ତ୍ରିପାଠୀ ଯଞ୍ଗ୍ୟାହୂତୀ ପ୍ରଦାନ କରିଥିଲେ।ଏହି ଅବସରରେ ଓଡିଶାର ବିଭିନ୍ନ ଅନ୍ଚଳରୁ ଉଦାସ ଆଶ୍ରମର ସହଶ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ଶାରଳା ପୀଠକୁ ଚଳଚନ୍ଚଳ କରିଥିଲା।ମା”ଶାରଳାଙ୍କ ମନ୍ଦିରର ସମସ୍ତ ପଣ୍ଡା ସେବକ ଓ ସେବାନିଯୋଗୀ ମାନଙ୍କ ସମେତ ସାରସ୍ୱତ ସାଧକ ଶିକ୍ଷାବିତ, ସମାଜସେବୀ,ସସ୍କୃତିପ୍ରେମୀ ଓ ଭାଗବତ ପ୍ରେମୀ ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇଥିଲା।ନିମନ୍ତ୍ରୀତ ଅତିଥି ମାନଙ୍କୁ କ୍ଷୀରୋଦ କୁମାର ରାଉଳ ସ୍ୱାଗତ କରିଥିବା ବେଳେ ସାରଳା ସସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post