ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

0

ଅନୁଗୁଳ ଧକୁଟାରେ ବିଜେପି ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ(ଶାସକ ପ୍ରଶାସକ) – ମହାତ୍ମାଗାନ୍ଧୀଙ୍କ ଉପଦେଶ ଓ ଆଦର୍ଶ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ଶନିବାର ଅନୁଗୁଳ ଜିଲ୍ଲା ଧକୁଟାରୁ ଶଙ୍କରପୁର ଛକ ପର୍ଯ୍ୟନ୍ତ ଆୟୋଜିତ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗାନ୍ଧୀଙ୍କ ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ । ଗରିବ ମା’ ଘରେ ଉଜ୍ଜ୍ୱଳା ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ତା ଆଖିର ଲୁହ ପୋଛିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନରେ ଗରିବ ଘରେ ପାଇଖାନା, ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ଅଥବା ଆୟୁଷ୍ମାନ ଯୋଜନା ମାଧ୍ୟମରେ ଦରିଦ୍ର, ବଂଚିତ, ନିଷ୍ପେସିତ ଓ ଅବହେଳିତଙ୍କ ସ୍ୱାସ୍ଥ୍ୟସେବା ହେଉ, ସବୁଠି ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ । ଏହା ପୂରଣ ହେଲେ ବାପୁ ଦେଖିଥିବା ସ୍ୱରାଜ୍ୟର ପରିବର୍ତନ ହେବା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଭାରତକୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପ୍ରଭାବରୁ ଦେଶକୁ ମୁକ୍ତ କରିବା, ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବଦଳରେ କାଗଜ ଓ କପଡା ବ୍ୟାଗ୍  ବ୍ୟବହାର କରିବା,ଗଛ ଲଗାଇବା, ନିଶା ନିବାରଣ, ଜଳ ସଂରକ୍ଷଣ କରିବା ସହ ଜନ ଆନେ୍ଦାଳନ ତିଆରି କରିବାର ଆବଶ୍ୟକତା ରହିଛି । 

ସ୍ୱଚ୍ଛ ଭାରତ, ନିଶା ନିବାରଣ, ସ୍ୱଦେଶୀ ଅର୍ଥନୀତି, ସୂତା କାଟିବା ଏବଂ ଅସ୍ପୃଶ୍ୟତା ବିରୋଧରେ ଜନଜାଗରଣ ସୃଷ୍ଟି କରିବା ମହାତ୍ମାଗାନ୍ଧୀଙ୍କ ଦୃରଦୃଷ୍ଟି ଥିଲା । ଦେଶକୁ ସ୍ୱାଧୀନତା ଦେବାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ, ସାରଙ୍ଗଧର ପଟ୍ଟନାୟକ, ଶହୀଦ ବାଜି ରାଉତ, ସର୍ଦ୍ଧାର ପଟେଲ୍, ମୌଲାନା ଆଜାଦ୍, ରାଜେନ୍ଦ୍ର ପ୍ରସାଦ, ହରେକୃଷ୍ଣ ମହାତାବ, ପଣ୍ଡିତ ଗୋପବନ୍ଧୁ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

୧୯୩୪ ମସିହାରେ ମହାତ୍ମାଗାନ୍ଧୀ ଝାରସୁଗୁଡାରୁ ପୁରୀ ଗସ୍ତ କରିଥିଲେ । ପୁରୀରୁ କଟକର ତେଲେଙ୍ଗାପେଣ୍ଠ ଦେଇ ସ୍ୱରାଜ ଆଶ୍ରମକୁ ଆସିଥିଲେ । ଗାନ୍ଧୀ ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୨୧ରୁ ୧୯୪୬ ମଧ୍ୟରେ  ଅନୁଗୁଳ ସମେତ ୮ ଥର ଓଡିଶା ଗସ୍ତରେ ଆସି ସ୍ୱାଧୀନତା ସଂଗ୍ରାମ ସହ ସାମାଜିକ ଓ ଆର୍ଥିକ ଉତଥାନର ବାର୍ତା ପ୍ରଚାର କରିଥିଲେ ଏବଂ ସ୍ୱତନ୍ତ୍ରତା ସଂଗ୍ରାମକୁ ଦିଗଦର୍ଶନ ଦେଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |

Leave A Reply

Your email address will not be published.