ଜଗତସିଂହପୁର:(ରମେଶ ମହାନ୍ତି):-ଆସନ୍ତା ନଭେମ୍ବର ୨ ତାରିଖରେ ତିର୍ତୋଲ ତହସିଲ ନିକଟରେ ନୂତନ (ଜେ ଏମ୍ ଏଫ୍ ସି)କୋର୍ଟ ଉଦଘାଟନ ହେବ ବୋଲି ଜଣାପଡିଛି।ଏନେଇ ଜଗତସିଂହପୁର ଜିଲ୍ଲାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ତିର୍ତୋଲ ଠାରେ ପହଂଚି କୋର୍ଟ ପରିସର ବୁଲି ଦେଖିବା ସହ ସ୍ଥାନିୟ ଆଇନଜିବୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିସହିତ ଆସନ୍ତା ମାସ ୨ତାରିଖ ପୁର୍ବରୁ କୋର୍ଟର ବିଭିନ୍ନ କାର୍ଯ୍ୟ ଯଥାଶିଘ୍ର ଶେଷ କରିବାକୁ ବିଭାଗିୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ସେଠାରେ ଆଇନଜିବୀ ସୁବୋଧ ଖୁଣ୍ଟିଆ,ପ୍ରଶାନ୍ତ କୁମାର ରାୟ, ସାରଦା ପ୍ରସନ୍ନ ଚୌଧୁରୀ,ନାରାୟଣ ମହାନ୍ତି,ବରେନ ମଲ୍ଲିକ,ତ୍ରିଲୋଚନ ବେହେରା,ଶରତ ଚନ୍ଦ୍ର ସାହୁ,ଟୁକନ ଚରଣ ସେଠୀ,ସରୋଜ ପାଣିଗ୍ରାହୀଙ୍କ ସମେତ ତୁଷାର ରଞ୍ଜନ ରାୟ,ପ୍ରକାଶ ମହାନ୍ତି,ଶିବ ଚରଣ ମଲ୍ଲିକ,ତର୍ପଣ ଶତପଥି ଏବଂ ବନବିଭାଗ କର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post