ଜଗତସିଂହପୁର:(ରମେଶ ମହାନ୍ତି):- ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା “ହୌସଲା ୨୦୧୯” କାର୍ଯ୍ୟକ୍ରମ ଜଗତସିଂହପୁର ସ୍ଥିତ ଶିଶୁ ଆଶ୍ରମ ଠାରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାରେ ଥିବା ଦୁଇଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶିଶୁ ଆଶ୍ରମ ଜଗତସିଂହପୁର ଓ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ପାରାଦ୍ୱିପ ର ସମୁଦାୟ ୪୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଏଥିରେ ଶହେ ମିଟର,ଦୁଇଶହ ମିଟର ଦୌଡ,ଲମ୍ବ,ଉଚ୍ଚ ଡିଆଁ, ଚିତ୍ରାଙ୍କନ ଏବଂ ବକୃତା ପ୍ରତିଯୋଗିତା ଉଭୟ ପୁଅ ଓ ଝିଅ ଏବଂ ବରିଷ୍ଠ,କନିଷ୍ଠ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା।ଏଥିସହିତ ଅପରାହ୍ନରେ ଆୟୋଜିତ ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ବିଶ୍ୱେଶ୍ୱରୀ ମହାନ୍ତି,ଅଧ୍ୟକ୍ଷ ଶିଶୁ ମଙ୍ଗଳ ସମିତି ଏବଂ ବିନାୟକ ପଟ୍ଟନାୟକ, ସମ୍ପାଦକ ଶିଶୁ ଆଶ୍ରମ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ପୁର୍ବରୁ ଅନୁଷ୍ଠିତ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା “୨୦୧୯”ର କୃତି ଛାତ୍ର/ଛାତ୍ରୀ ମାନଙ୍କୁ ମଧ୍ୟ ଏହି ସଭାରେ ପୁରସ୍କାର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଶେଷରେ ସୁରକ୍ଷା ଅଧିକାରୀ ଜଗଦିଶ ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତା ଏବଂ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତାମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.