ସୁବାସ ସିଂହଙ୍କୁ ପୁନଃ ନିଯୁକ୍ତି : ପାଇଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

0 1

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ): ବିଶିଷ୍ଟ ଶ୍ରମିକ ନେତା ତଥାବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ମହାସଚିବ ଶ୍ରୀ ସୁବାସ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପଦରେ ପୁନର୍ବାର ନିଯୁକ୍ତି ଦେବା ସଙ୍ଗେ ସଙ୍ଗେ ପୂର୍ବ ପରି ଶ୍ରୀ ସିଂହଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି  ଏବଂ ରାଜ୍ୟ ସରକାରଙ୍କ ଶ୍ରମବିଭାଗ ପକ୍ଷରୁ ଚିଠି ନଂ ୫୯୮୩/ଏଲ୍ଇଏସ୍ଆଇ ୧୫/୧୦/୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଛିା

ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ୨୮,୬୨,୭୦୪ ଜଣ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଇ ପାରିଛିା ୨୦,୬୦,୫୨୯ ଜଣ ଶ୍ରମିକଙ୍କୁ ୧୪୫୬, ୧୦,୮୫, ୨୨୧ ଟଙ୍କା ବିଭିନ୍ନ ସହାୟତା ବାବଦରେ ପ୍ରଦାନ କରାଯାଇଛି |  ଏଯାବତ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୨୧୧୬,୯୬,୪୬,୭୦୧ ଟଙ୍କା ସେସ୍ ଆଦାୟ କରାଯାଇଛି  | ଗତବର୍ଷ ସର୍ବାଧିକ  ୪୨୭ କୋଟି ଟଙ୍କା ଟିକସ୍ ଆଦାୟ କରାଯାଇଛି |  ଓଡ଼ିଶାର ଦାଦନ ଶ୍ରମିକ ପ୍ରବଣ ଜିଲ୍ଲାଗୁଡ଼ିକରୁ ୫୬,୫୯୧ ଜଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି |  ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୨୫,୪୨୬ ଜଣ ହିତାଧିକାରୀଙ୍କ  ଆବେଦନ ଅନୁମୋଦିତ ହୋଇଛି ଏବଂ ୧୦,୯୩୮ ଘର ପୂର୍ଣ୍ଣାଙ୍ଗ କରାଯାଇପାରିଛିା

ନିର୍ମାଣ ଶ୍ରମିକମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା  କଲ୍ୟାଣକାରୀ ଜୋଜନାରେ ଓଡ଼ିଶା ସମଗ୍ର ଦେଶରେ ଏକ ଆଗୁଆ ରାଜ୍ୟରେ ପରିଣତ ହୋଇଛିା ଆଜି ସୁଦ୍ଧା ପ୍ରାୟ ଏକ କୋଟି ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହୋଇ ପାରିଛନ୍ତିା ଆନ୍ତର୍ଜାତିକ ଶ୍ରମିକ ସଂଗଠନ ସହାୟତାରେ  ମୁଖ୍ୟମନ୍ତ୍ରୀ ସବୁ ସ୍ତରରେ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶ୍ରମବିଭାଗକୁ ଅଧିକ  କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ  କରିଛନ୍ତିା ପ୍ରତି ୩ ମାସରେ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଉଛିା ପ୍ରତିବର୍ଷ ୨ ଥର ଜିଲ୍ଲାପାଳମାନଙ୍କ ସମ୍ମିଳନୀରେ  ପ୍ରମୁଖ ଏଜେଣ୍ଡା ରଖାଯାଇ  ଏହି ଯୋଜନାକୁ ସଫଳ କରାଜିବାକୁ ପ୍ରୟାସ ଜାରି ରହିଛିା ୩୦ଟି ଜିଲ୍ଲାରେ ଅନ୍ଲାଇନ୍ ମାଧ୍ୟମରେ ପଞ୍ଜୀକୃତ ଓ ସହାୟତା ପ୍ରଦାନ କରାଯାଏଛି  ୫ “ଟି’ ଜରିଆରେ ସ୍ୱଚ୍ଛତା, ସମୟାନୁବର୍ତ୍ତିତା ଏବଂ ଅଧିକ  କ୍ରିୟାଶୀଳ କରିବାରେ ଶ୍ରମବିଭାଗ ପୂରା ଦମରେ ଲାଗି ପଡ଼ିଛି ବୋଲି ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସିଂହ ପ୍ରକାଶ କରିଛନ୍ତିା

 

Leave A Reply

Your email address will not be published.