ଲିଟିଗୁଡା ଗ୍ରାମ ରେ 13ବର୍ଷ ରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା

0 2

ସିନାପାଲି( ଶାସକ ପ୍ରଶାସକ)-ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା ଗ୍ରାମ ରେ ଧନ ର ଦେବି ମା ଗଜଲକ୍ଷ୍ମୀ ପୂଜା ପାଇଁ ଚଲ ଚଞ୍ଚଳ ହୋଇଉଠିଛି !ମହା ଆଡ଼ମ୍ବରେ ବିଗତ ବର୍ଷଭଳି ଏହି ବର୍ଷ ହସ ଉଲ୍ଲାସ ର ସହିତ ପାଳନ କରା ଯାଉଛି !ଏହି ବର୍ଷ ପୂଜା କୁ 13 ବର୍ଷ ପୂରଣ ହୋଇଥିବାରୁ ବେଶ ଯାକ ଯମକ ରେ ପାଳନ କରୁଛନ୍ତି !9 ତାରିଖ ରୁ ଆରମ୍ବ ହୋଇଥିବା ଗଜଲକ୍ଷ୍ମୀ ପୂଜା 14 ତାରିଖ ପର୍ଯନ୍ତ  ଚାଲୁଥିବା ବେଳେ କଲସ ଯାତ୍ରା ରେ ମହିଳା ମାନେ ସାମିଲ ହୋଇ ଥିବାର ଦେଖିବାକୁ ମିଳିଥିଲା !ରୀତିନୀତି ହିସାବ ରେ ପୂଜା ଚାଲୁ ଥିବା ବେଳେ ଜନ ଗହଳି ଦେଖିବା କୁ ମିଳିଛି !ସନ୍ଧ୍ୟା ରେ ସଂକୃତିକ କାର୍ଯକ୍ରମ ରେ ମନ ମୋହୁଥିବା ବେଳେ ଗାଁ ଦଣ୍ଡ ରେ ଲୋକେ ଉତ୍ସବମୁଖର ହୋଇ ଉଠୁଛି !କଳାହାଣ୍ଡି ଜିଲ୍ଲା ତେନ୍ତୁଳି ପଡା ର ଛୋଟ ଘର ଝିଅ ବଡ ଘର ଵହ, ବରଗଡ ଜିଲ୍ଲା ଜାମବାହାଲି ର ରାସ୍ ମଲେଇ ଦଣ୍ଡନୃତ୍ୟ, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଲେସୂନପାଳି ର ଅର୍ଜୁନ ବନବାସ ନାଟକ ହେବାକୁ ଥିବା ବେଳେ ରବିବାର ଦିନ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହେବ !

ସେହିପରି ସୋମବାର ଦିନ   ବିସର୍ଜନ ହେବ ବୋଲି କମିଟି ତରଫ ରୁ ଜଣା ପଡୁଛି ! ଏହି ଗଜଲକ୍ଷ୍ମୀ ପୂଜା ରେ ଅଂଶଗ୍ରହଣ କରିଥିବା ସଭାପତି -ବ୍ରଜସୁନ୍ଦର ନାଏକ, ଉପସଭାପତି ବିଶେଶ୍ୱର ମେହେର,ଚଲିତ ବର୍ଷ  ଅଚୁତାନନ୍ଦ ମେହେର ଓ ତାଙ୍କ ପତ୍ନୀ ପଦ୍ମିନୀ ମେହେର କର୍ତା ଭାବେ କାର୍ଯ୍ୟତୁଲାଇ ଥିଲେ !

Leave A Reply

Your email address will not be published.