ନାଗେନ ଧରା ନଦୀ ରେ ବୁଡି ଯୁବକ ମୃତ

0 2

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ନାଗେନ ଧରା ନଦୀ ରେ ଆଜି ଦିନ 12 ଟା ସମୟରେ ଦୁଇ ଜଣ ଯୁବକ ଗାଧି ବାକୁ ଯାଇଥିଲେ।ହଟାତ ଯୁବକ ଜଣକ ଗାଧୁ ଥିଲା ସମୟରେ ପାଣି ର ସ୍ରୋତ ରେ ବୋହି ଯାଇ ଥିଲେ।ଓ ପଥର ଖଣି ରେ ଖେଛି ହୋଇ ରହି ଯାଇଥିଲେ।ତା ସଙ୍ଗେ ଥିବା ଯୁବକ ଜଣକ ଖୋଜି ବାରେ ଲାଗି ଥିଲେ।ପାଇଲେ ନାହିଁ।ଠିକ ସେ ସମୟରେ ଗାଧୋଇ ଥିବା ଅନ୍ୟ ଲୋକ ମାନେ ପଦ୍ମପୁର ଅଗ୍ନିସମ ବିଭାଗ କୁ ଯୋଗାଯୋଗ କରିଥିଲେ।ଅଗ୍ନିସମ ବିଭାଗ ଆସି ଉଦ୍ଧାର କରିଥିଲେ।ଓ ପଦ୍ମପୁର ଡାକ୍ତର ଖାନା କୁ ଆଣି ଥିଲେ।ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ମୃତ ଯୁବକ ପଦ୍ମପୁର ଗୌରଜୁରୀ ର ସୁଭମ ସାହୁ(22):- ପିତା- ଧର୍ମା ସାହୁ ବୋଲି ଜଣା ପଡିଛି।ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଗ୍ରାମରେ ଏହିଭଳି ଘଟଣା ଯୋଗୁଁ ଅଞ୍ଚଳରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.