ପାଣ୍ଡିଆନଙ୍କ ସମ୍ଭାବ୍ୟ ଗସ୍ତ ପୂର୍ବରୁ ସଜବାଜ…!

0 2

ପିଆରଏମ ମେଡ଼ିକାଲ କଲେଜ ପରିଦର୍ଶନ କଲେ ଜିଲ୍ଲାପାଳ ଭରଦ୍ୱାଜ

ବାରିପଦା(ଦିଲ୍ଲୀପ ମହାନ୍ତି )- ଅକ୍ଟୋବର ୯ ବୁଧବାର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଠିକେ ଭାବେ ପହଁଞ୍ଚୁଛି କି ନାହିଁ ଏହାକୁ ନେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଜିଲା ଗସ୍ତରେ ଯାଇ ମେଡ଼ିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ସ୍ଥିତିର ସମୀକ୍ଷା କରିଥିଲେ ୫ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ଏହାର ପରବର୍ତ୍ତି ଦିନ ଅର୍ଥାତ୍ ଅକ୍ଟୋବର ୧୦ ଗୁରୁବାର ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ତାଲିକାରେ ରହିଥିବା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାଠାରେ ଥିବା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପରିଦର୍ଶନରେ ଯାଇଥିଲେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ।  ଏହି ସମୟରେ ମେଡ଼ିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପାରିଟେଣ୍ଡେଣ୍ଟ, ସିଡ଼ିଏମଓ, ଏଡ଼ିଏମଓ, ହସପିଟାଲ ମ୍ୟାନେଜର ପ୍ରମୁଖଙ୍କ ସମେତ ବିଭିନ୍ନ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସରକାରୀ ଯୋଜନାରେ ରୋଗୀମାନଙ୍କ ନିମନ୍ତେ ଆସୁଥିବା ବିଭିନ୍ନ ସୁବିଧାସୁଯୋଗ ସଠିକ୍ ଭାବେ ପହଁଞ୍ଚୁଛି କି ନାହିଁ ସେ ସମ୍ପର୍କରେ ସମୀକ୍ଷା କରିଥିଲେ । ଆଉ ଜିଲ୍ଲାପାଳଙ୍କ ଏ ଅଚାନକ ଗସ୍ତ “ମୋ ସରକାର” ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କ ସମ୍ଭାବ୍ୟ ଗସ୍ତ ପାଇଁ ପ୍ରାକ ପ୍ରସ୍ତୁତି ପ୍ରାୟତଃ |

ବୈଠକ ପରେ ୱାର୍ଡବୁଲି  ମୋ ସରକାର କାର୍ଯ୍ୟକ୍ରମ ଦ୍ୱାରା ରୋଗୀମାନେ କେତେ ପରିମାଣରେ ଉପକୃତ ହେଉଛନ୍ତି, ମାଗଣା ଖାଦ୍ୟ ଦିଆଯାଉଛି କି ନାହଁ, ଚିକିତ୍ସା ପାଇଁ କେହି ଟଙ୍କା ମାଗୁଛି କି ନାହିଁ, ମାଗଣାରେ ଔଷଧ ମେଡ଼ିକାଲରୁ ଦିଆଯାଇଛି ନା ବାହାରୁ କିଣିବାକୁ ବାଧ୍ୟ କରାଯାଉଛି ଏବଂ ମେଡ଼ିକାଲ କଲେଜରେ କୌଣସି ଦଲାଲ ରୋଗୀମାନଙ୍କୁ ହଇରାଣ ହରକତ କରୁଛନ୍ତି କି ନାହିଁ ସେ ସମ୍ପର୍କରେ ରୋଗୀମାନଙ୍କ ସହ ଆଲୋଚନା କରିଥିବାର ଜଣାପଡ଼ିଛି । କିନ୍ତୁ, ଜିଲ୍ଲାପାଳଙ୍କ ବାରିପଦା ମେଡ଼ିକାଲ କଲେଜ ପରିଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ମେଡ଼ିକାଲ କଲେଜ ମେଲ ମେଡ଼ିସିନ ୱାଡର଼୍, ୟୁନିଟ -୨କୁ ଦିନ ବେଳେ ଡ଼ାକ୍ତର ରାଉଣ୍ଡରେ ଯାଇନଥିବାର ଅଭିଯୋଗ ହେଉଥିବା ସମୟରେ ଏହାକୁ ଖଣ୍ଡନ କରିଛନ୍ତି ହସପିଟାଲର ସ୍ୱାସ୍ଥ୍ୟ ସେବିକା ଏବଂ ରେକଡର଼୍ରେ ଡ଼ାକ୍ତର ରାଉଣ୍ଡରେ ଆସିଥିବାର ସୂଚନା ରହିଛି ବୋଲି କହିଥିଲେ । ଏହି ସମୟରେ ଉକ୍ତ ୱାଡର଼୍ ପାଶ୍ୱର୍ ଏକ ଅଜଣା ବ୍ୟକ୍ତି ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏଥି ସହିତ ମହେର ପାତ୍ରଙ୍କ କହିବା ଅନୁସାରେ ଉକ୍ତ ବ୍ୟକ୍ତି ପ୍ରାୟ ସାଢେ଼ ୧୨ଟା ମଧ୍ୟରେ ମରି ପଡ଼ିଛି । ତା ଦେହରୁ ଦୁର୍ଗନ୍ଧ ବାହାରୁଛି । ସେହିପରି ୱାଡର଼୍ ଦରଜା ସମ୍ମୁଖରେ ଜଣେ ରୋଗୀ ପାଇଖାନା କରିଦେଇଥିଲେ । ତାହା ସଫା କରିବାକୁ କେହି ଆସିନଥିଲେ । ଅପରିଷ୍କାର ପରିବେଶ ସହ ବାହାରୁଥିବା ଦୁର୍ଗନ୍ଧ ଭିତରେ ରହିବା କଷ୍ଟକର ହୋଇପଡ଼ିଛି । ରାତି ୯ ସୁଦ୍ଧା ସନ୍ଧ୍ୟା ରାଉଣ୍ଡରେ ଡ଼ାକ୍ତର ଆସି ନାହାନ୍ତି ବୋଲି କହିଥିଲେ । ଏବିଷୟରେ ହସପିଟାଲ ସୁପାରିଟେଣ୍ଡେଣ୍ଟଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ କାର୍ଯ୍ୟାଳୟକୁ ଯିବା ପରେ ଦରଜାରେ ତାଲା ଝୁଲୁଥିବାର ଦେଖିବାକୁ ମିଳିଥିଲା । ହସପିଟାଲ ଫାଣ୍ଡି ପୁଲିସଙ୍କ କହିବା ଅନୁସାରେ ସେହି ଅଜଣା ବ୍ୟକ୍ତି ମୃତ ବୋଲି କିଏ କହିଲା । ଡ଼ାକ୍ତର ମୃତ ବୋଲି ଘୋଷଣା କରିଛନ୍ତି କି ? ସେ ଜୀବିତ କି ମୃତ ସେ କଥା କେବଳ ଡ଼ାକ୍ତର ରିପୋର୍ଟ ଦେବା ପରେ ଶବକୁ ସ୍ଥାନାନ୍ତରିତ କରାଯିବ ବୋଲି କହିଥିଲେ । ଡାକ୍ତର ଯଦି ରାଉଣ୍ଡକୁ ଆସିଥିଲେ ତେବେ ଏହି ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ପଡ଼ି଼ଟିବା ଦେଖି କିଛି ପଦକ୍ଷେପ ନଏଲଏନି କାହିଁକି | ଲୋକଟିକୁ ମୃତ ଘୋଷଣା କରି ସ୍ଥାନାନ୍ତରିତ କଲେଣି କାହିଁକି ?

Leave A Reply

Your email address will not be published.