ନବୀନ ଦଣ୍ଡ : ଗଡ଼ିଲା ମୁଣ୍ଡ

0 2

ଭୁବନେଶ୍ବର: ଆଗରୁ ମନ୍ତ୍ରୀମାନଙ୍କ ମୁଣ୍ଡ ଗଡୁଥିଲା, ଅଫିସରମାନେ ସୁନା ପୁଅ ଥିଲେ | ସେମାନଙ୍କୁ ହାତମରା ଯାଉନଥିଲା | ହେଲେ ପଂଚମପାଳିଲେ ନବୀନ ବାବୁ ଅନୁଭବ କଲେ ଯେ  ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ହେଲେ ଦୁର୍ନୀତି ଗ୍ରସ୍ତ ତଥା ଅଭ୍ୟାସଗତ ଅସାଧୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଜରୁରୀ | ତେଣୁ ଏବେ ଗଡ଼ିବା ଆରମ୍ଭ ହୋଇଛି ମୁଣ୍ଡ ବାବୁ ମାନଙ୍କର | ଏହି  ହୋଇଥିବା ପ୍ରକ୍ରିୟାରେ ଆଜି ଆଉ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ନବୀନ ଦଣ୍ଡ ସହିବାକୁ ପଡିଛି  । ଆଉ ଗଡିଛି ସେମାନଙ୍କ ମୁଣ୍ଡ, ଅର୍ଥାର ଚାକିରିରୀ ଖଲାସ |  ସେମାନେ ହେଲେ ଆଠଗଡ ଡିଏଫଓ ସୁଧାଂଶୁ ଶେଖର ମିଶ୍ର, ଅନୁଗୁଳ ରୁରାଲ ୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଓ ତୁଷୁରା ଆର ଆଣ୍ଡ ବି ଡିଭିଜନର ଉମେଶ ଚନ୍ଦ୍ର ତ୍ରିପାଠୀ ।

ସୁଧାଂଶୁ ଶେଖର ଆଠଗଡ ଡିଏଫଓ ଭାବେ 2016ରେ ଯୋଗ ଦେଇଥିଲେ ।ବାବୁ ଏତେ କରିତକର୍ମା ଯେ ତାଙ୍କର ଘରେ ଚଢ଼ାଉ କଲାବେଳେ ଦୁର୍ନୀତି ନିବାରଣ ବିଭାଗ ନଗଦ କ୍ୟାସ  କୋଟିଏ ଟଙ୍କା ଦେଖି ଟେରା ହୋଇଯାଇଥିଲେ |  ତାଙ୍କର ଓ ତାଙ୍କ ପରିବାର ନାଁରେ 5 କୋଟି 50 ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି । ଘରେ ଚଢାଉ ସମୟରେ ଏକ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ମିଳିଥିଲା । ବିଭିନ୍ନ ବ୍ୟାଙ୍ଗରେ 3 କୋଟି 46 ଲକ୍ଷ ଟଙ୍କାରୁ ଅଧିକ ଜମା ରହିଥିଲା ।  ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ।ଜଙ୍ଗଲ ବିଭାଗର ସେ ସବୁଠାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀ ହୋଇଥିବାରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପ୍ରସନ୍ନ କୁମାର ପ୍ରସାଦ ଦୁଇ ଦୁଇ ଥର ଲାଞ୍ଚ ନେବା ସମୟରେ ଧରା ପଡିଥିଲେ । କଟକ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା 2015ରେ ଏବଂ ଦ୍ବିତୀୟ ଥର 2018ରେ ଭୁବନେଶ୍ବର ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ସେହିଭଳି ଉମେଶ ଚନ୍ଦ୍ର ତ୍ରିପାଠୀ କୋରାପୁଟରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନକରିବା, ଜମି ମାପରେ ଜାଲିଆତି କରି ସରକାରୀ ଅର୍ଥ ହରିଲୁଟ କରିବା ଅଭିଯୋଗରେ ତାଙ୍କ ବିରୋଧରେ ତିନୋଟି ଭିନ୍ନ ଭିନ୍ନ ମାମଲା ହୋଇଥିଲା ।ଏହି ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ଆଜ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ପୂର୍ବରୁ 5ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ସହ ଜଣଙ୍କୁ ବରଖାସ୍ତ କରାଯାଇଥିଲା । ଆଗକୁ ଆଉ କିଛି ଅଧିକାରୀ, ଯନ୍ତ୍ରୀ ଏପରିକି  ଆଇଏଏସ ଆଇପିଏସଙ୍କ ପାଳି ପଡ଼ିବାର ଆଶଙ୍କାକୁ ଏଡାଇ ଦିଆ ଯାଇନପାରେ |

Leave A Reply

Your email address will not be published.