ଲିକେଜ : ଜଳିଗଲା ଉଜ୍ଜ୍ଵଳା ଟାଙ୍କି !

0 2

ପଦ୍ମପୁର-ପଦ୍ମପୁର ଥାନା ବରିକେଲ ପଞ୍ଚାୟତ ଅନ୍ତର୍ଗତ ଚାରପାଲି ଗ୍ରାମର ମହିପାଲ ସାହୁଙ୍କ ପୁଅ ସୁବାଷ ସାହୁଙ୍କ ପରିବାର ଉଜ୍ବଲା ଯୋଜନାରେ  ଇଣ୍ଡିଆନ ଗ୍ୟାସ ବିତରକ କମ୍ପାନୀ ତରଫରୁ ଏକ ଗ୍ୟାସ ସଂଯୋଗ ନେଇଥିଲେ । ଆଜି ସନ୍ଧ୍ୟା ସମୟରେ ସୁବାଷ ସାହୁଙ୍କ ସ୍ତ୍ରୀ ରାନ୍ଧୁଥିବା ସମୟରେ ହଠାତ  ଟାଙ୍କିରୁ ଗ୍ୟାସ ଲିକେଜ ହୋଇ ନିଆଁ ଲାଗିଥିଲା ଏବଂ ଧୀରେଧୀରେ ନିଆଁ ସମଗ୍ର ଘରକୁ କବଜା କରିଥିଲେ ।କାହାର ଜୀବନ ପ୍ରତି ବିପଦ ହୋଇନଥିଲେ ହେଁ ଘରେଥିବା ମୂଲ୍ୟବାନ କାଗଜପତ୍ର,ଟଙ୍କା ଓ ଲୁଗା ନିଆଁରେ ଭଷ୍ମିଭୂତ ହୋଇଥିଲା । ସିଲିଣ୍ଡର ଟି ପୁରୁଣା ତଥା ନିମ୍ନମାନର ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।ଏ ସମ୍ପର୍କରେ ପଦ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଖବର ପାଇ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ଏଠି  ସିଲିଣ୍ଡରର ମାନକୁ ନେଇ ପ୍ରଶ୍ନ ଉଠୁଛି । ଯେଉଁ ଯୋଜନା ମାଧ୍ୟମରେ ମାଁକୁ ସମ୍ମାନ ବୋଲି ନାରା ଦିଆଯାଉଛି ,ଏହା ଏହି ମାଁର ଜୀବନ ପ୍ରତି ବିପଦ ସାଜିଛି ।ଗ୍ୟାସ ବିତରକ ମାନେ ଠିକ ଭାବରେ ସମୟସମୟରେ ସିଲିଣ୍ଡର ଯାଞ୍ଚ କରୁଛନ୍ତି ନା ନାହିଁ, ପଇସା ଲୋଭରେ ଜାଣିଶୁଣି ଲୋକଙ୍କୁ ଏପରି ସିଲିଣ୍ଡର ଦେଉଛନ୍ତି କି  ଏହା ଗ୍ୟାସ ଉପଭୋକ୍ତା ମାନଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି ମାରୁଛି ।

 

Leave A Reply

Your email address will not be published.