ବରଗଡ଼-ବଲାଙ୍ଗୀର ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

0 2

ବରଗଡ଼ : ବରଗଡ଼-ବଲାଙ୍ଗୀର ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ (୨୬)। ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲିରେ ସେ ବ୍ୟବସାୟ କରୁଥିବା ସୂଚନା ମିଳିଛି। ତାଙ୍କ ବାମ ହାତ ପାପୁଲି ଏବଂ ଜଙ୍ଘରେ ଗୁଳି ବାଜିଛି। କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଏବଂ କେଉଁ କାରଣରୁ ତାଙ୍କୁ ଗୁଳିମାଡ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଆହତ ଯୁବକ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିବାବେଳେ ଟାଉନ ଥାନା ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.