ମାଲକାନଗିରି- କୋରାପୁଟ ପରେ ନୂଆପଡାରେ ପାଣ୍ଡିଆନ 

0 2

ନୂଆପଡ଼ା(ଅମିତ ପୁରୋହିତ) ଓଡିଶା ସରକାର ଙ୍କ ମୋ ସରକାର କାର୍ଯ୍ୟକ୍ରମର ରୂପରେଖ ତଦାରଖ ଓ ସମୀକ୍ଷା କରିବା ପାଇଁ ଆଜି ଏକ ସ୍ୱତନ୍ତ୍ର ଟିମ ନୂଆପଡ଼ାରେ ପହଚିଂଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି  ସଚିବ  ଡ.ଭି କାର୍ତ୍ତିକେୟନ ପାଣ୍ଡିଏନଙ୍କ ସହ  ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଏନଏଚଏମ  ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ, ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ନୂଆପଡ଼ା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ସହିତ ଏକ ସମୀକ୍ଷା  ବୈଠକ କରିଥିଲେ । ମାଁ ଓ ଶିଶୁ ବିଭାଗରେ ତଥା ଡାକ୍ତରଖାନାରେ ସଫାସୁତରା, ଫ୍ରିସର୍ଭିସ,  ଡାକ୍ତରଙ୍କ ଅସୁବିଧାକୁ ନେଇ ସମିକ୍ଷା କରାଯାଇଥିଲା । ଏହି ପରିପ୍ରେକ୍ଷିରେ ରକ୍ତର ଅଭାବ ହେଉଥିବାରୁ ରକ୍ତଦାନ ଶିବିର କରାଯାଇ ରକ୍ତ ସଂଗ୍ରହ ପାଇଁ  ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ୧୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା ସହ  ବୁର୍ଲା ମେଡିକାଲ କଲେଜ ଦୂର ହେଉଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହଉଥିବା ଲୋକଙ୍କୁ ଘରୋଇ ଡାକ୍ତରଖାନା ରାମକ୍ରିଷ୍ଣା ଛତିଶଗଡରେ ରୋଗୀ ସେବା ପାଇପାରିବେ ବୋଲି ଘୋଷଣା କରିଥିଲେ । ଆମ୍ବୁଲେନ୍ସ ସୁବିଧା, ଡିଜିଟାଲ ମେସିନ ମରାମତି , ୭ମହଲା କୋଠା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ହେଁ ବିଜୁଳି ପାଇଁ କାର୍ଯ୍ୟକ୍ଷମ ହେଇପାରୁନଥିବା ବେଳେ ବିଜୁଳି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଶିଘ୍ର ସଂଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶ  ଦେଇଥିଲେ ବୋଲି  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭୂବନେଶ୍ୱର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡ.ଲଲିତ ମୋହନ ବିଶି,ଡ.ବିଶ୍ୱମୋହନ ମିଶ୍ର, ଡ.କୁଳମଣି ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.