ଗାନ୍ଧି ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ

2

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲି ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧି ଜୟନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଫେଇ ଏବଂ ପଲିଥିନ ମୁକ୍ତ ଗ୍ରାମ ଗଠନ ପାଇଁ ଶପଥ ଗ୍ରହଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲିଧର ବେହେରାଙ୍କ ଅନୁଷ୍ଠିତ  ସଭାରେ ପରିଚାଳନା କମିଟି ସଭାପତୀ ଜଗବନ୍ଧୁ ବରିହା ମୁଖ୍ୟ ଅତିଥି, ଗୋପାଳ ବରିହା, ଅକୃର ବରିହା, ସନାତନ ବରିହା, ଋକ୍ମଣି ସେଠ, ମୁକ୍ତାଦେବୀ ବରିହା, ମଂଜରୀ ବେହେରା ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆମନ୍ତ୍ରୀତ ଅତିଥି ଗଣ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଗାନ୍ଧିଜିଙ୍କ ଜୀବନି ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବରିହା ଗାନ୍ଧିଜୀଙ୍କ ନୀତି ଏବଂ ଆଦର୍ଶରେ ଅନୁପ୍ରଣିତ ହେବା ପାଇଁ ପରାମର୍ଶ ଦେବା ସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସଭାରେ ଗ୍ରାମକୁ ପଲିଥିନ ମୁକ୍ତ ପାଇଁ ଶପଥ ଗ୍ରହଣ କରାଯାଇଥିଲା । ସଭା ପରେ ସମସ୍ତେ ଗ୍ରାମ ଚାରିପଟ ସଫା କରିବା ସହ ଗ୍ରାମ ବାସୀଙ୍କୁ ସଚେତନ କରିଥିଲେ । 

 

 

 

 

 

Leave A Reply

Your email address will not be published.