ସ୍ପେକ୍ଟ୍ରମ ସ୍କୁଲରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ

2

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ସ୍ପେକ୍ଟ୍ରମ ଇଂଲିଶ ସ୍କୁଲରେ ଜାତୀୟ ପିତା ମାହାତ୍ମା ଗାନ୍ଧି ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିତେନ୍ଦ୍ରୀୟ ସାହୁ ଯୋଗଦେଇ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ମହାପୁରୁଷ ମାନଙ୍କ ନୀତି ଏବଂ ଆଦର୍ଶରେ ଅନୁପ୍ରଣିତ ହେବା ପାଇଁ ପରାମର୍ଶ ଦେବା ସହ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସେହିପରି ଇଂରାଜି ଶିକ୍ଷକ ପ୍ରକାଶସାହୁ ଏବଂ ତୃତୀୟ ଶ୍ରେଣୀ ଛାତ୍ର ଦିବ୍ୟାଂଶୁ ସାହୁ ମହାପୁରୁଷଙ୍କ ଜୀବନି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ସୁଦାମ ଚରଣ ଥପା ପରିଚାଲନା କରିଥିବା ବେଳେ ଶିକ୍ଷୟତ୍ରୀ ସଂଘମିତ୍ରା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ଅଂଚଳକୁ ପଲିଥିନ ମୁକ୍ତ ପାଇଁ ଶପଥ ଗ୍ରହଣ କରାଯାଇଥିଲା । ସଭା ପରେ ଏକ ସଫେଇ କାର୍ଯ୍ୟକ୍ରମ ହାତକୁ ନେବା ସହ ଗ୍ରାମ ବାସୀଙ୍କୁ ସଚେତନ କରିଥିଲେ ।

 

 

Leave A Reply

Your email address will not be published.