ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ନିଜ ପ୍ରତିଭା ଦେଖାଇଲେ ବିଧାୟକ (see video)

2

ଜଗତସିଂହପୁର:(ରମେଶ ମହାନ୍ତି):-ପାରାଦ୍ବୀପ ନିର୍ବାଚନମଣ୍ଡଳୀର ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତ ଠାରେ ବିଜୁ ଯୁବବାହିନୀ ଆନୁକୁଲ୍ୟରେ ଏକ ପଞ୍ଚାୟତ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ବୁଧବାର ସଂଧ୍ୟାରେ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଯୋଗଦେଇ ଉକ୍ତ ପଞ୍ଚାୟତର ସମ୍ମାନୀୟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିବାପରେ ଏକ ସୁମଧୁର ସଙ୍ଗୀତ ଗାଇଥିଲେ।ବିଧାୟକ ଗୀତ ଗାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଉକ୍ତ ପଞ୍ଚାୟତର ଶତାଧିକ ଲୋକ ବିଧାୟକଙ୍କ ଗୀତକୁ ଉପଭୋଗ କରିବା ସହିତ କରତାଳି ଦେଇ ସ୍ୱାଗତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତିର୍ତ୍ତୋଲ ୨ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ, ଜଡ଼ତିରା ସରପଞ୍ଚ କବିତା ବେହେରା ,ସମିତି ସଭ୍ୟ ପବିତ୍ର ମୋହନ ମଲ୍ଲିକ, ପଞ୍ଚାୟତ ବିଜେଡି ସଭାପତି ଦେବେନ୍ଦ୍ର ପଣ୍ଡା, ପୁର୍ବତନ ସରପଞ୍ଚ ସୁନୀଲ ପଣ୍ଡା, ପାରାଦ୍ଵୀପ ବିଧାୟକଙ୍କ ତିର୍ତ୍ତୋଲ ପ୍ରତିନିଧି ଶରତ ଦାସ, ଗଗନ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଉକ୍ତ ପଞ୍ଚାୟତର ଦେବେନ୍ଦ୍ର ସ୍ୱାଇଁ,ଇନ୍ଦ୍ରମଣି ସାହୁ,ନାରାୟଣ ପ୍ରସାଦ ନାୟକ,ହେମନ୍ତ ନାୟକ, ରଞ୍ଜନ ନାଥ,ରାଜେନ୍ଦ୍ର ପ୍ରସାଦ ଦାସ,କାଳୀ ପ୍ରସନ୍ନ ଗ୍ରହାଚାର୍ଯ୍ୟ, ପ୍ରକାଶ ସ୍ୱାଇଁ,ହରେକୃଷ୍ଣ ନାଥ, ରଞ୍ଜନ ନାଥ,ବିମଳ ସ୍ୱାଇଁ,ଦେବେନ୍ଦ୍ର କୁମାର ପଣ୍ଡା,କେଳୁ ଚରଣ ଲେଙ୍କା ପ୍ରମୁଖଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ପଞ୍ଚାୟତର ବିଜୁ ଯୁବବାହିନୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅରୁପ ଓଝା,ଧିରେନ୍ଦ୍ର ନାଥ,ଆଲୋକ ଓଝା,ଅମରେନ୍ଦ୍ର ସାହୁ,ବିଜୁ ଯୁବବାହିନୀ ସଭାପତି ଯଶୋବନ୍ତ ନାଥ,ସମ୍ପାଦକ ସୁନୀଲ ନାଥ,ସରୋଜ ନାଥ,ଜିତନ ନାଥଙ୍କ ସମେତ ଯୁବ ବାହିନୀର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।ଏଥିସହିତ ଉକ୍ତ ଗ୍ରାମର ଅର୍ଦ୍ଧନିର୍ମିତ ମାଉସୀମା ମନ୍ଦିର ଗୃହକୁ  ପୂର୍ଣ୍ଣାଙ୍ଗ କରିବା ପାଇଁ ଗ୍ରାମବାସୀ ବିଧାୟକଙ୍କ ସହଯୋଗ ଲୋଡିଥିଲେ।

 

Leave A Reply

Your email address will not be published.