ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବିଭିନ୍ନତା ମଧ୍ୟରେ ଏକତା ଯାହାର ସ୍ୱତନ୍ତ୍ରତା ସେଇ ଦେଶ ଭାରତ ବର୍ଷରେ ଶୈବ, ଶାକ୍ତ, ବୈାଦ୍ଧ, ବୈଷ୍ଣବ, ଗାଣପତ୍ୟ ଏବଂ ଜଗନ୍ନାଥ ଏ ସମସ୍ତ ସତ୍ୟ ସନାତନ ଧର୍ମ ପରିସର ଅନ୍ତର୍ଭୁକ୍ତ । ଓଡିଶାରେ ଜଗନା୍ନଥ ସସ୍କୃତିର ବ୍ୟାପକ ପ୍ରଭାବ ରହିଥିବା ବେଳେ ସେଥି ମଧ୍ୟରୁ ଅନେକ ଶାଖା ପ୍ରଶାଖା ଭିନ୍ନ ଭିନ୍ନ ଧର୍ମୀୟ ଦର୍ଶନକୁ ଗୁରୁତ୍ୱ ଦେଇଥିବା ବେଳେ ଢେଙ୍କାନାଳ ଜୋରନ୍ଦା ଗାଦି ସବୁଠାରୁ ନିଆରା ଗୁରୁତ୍ୱ ବହନ କରିଥାଏ । ଗତ ଫାଲଗୁନ ମାସରେ ଅବଧୁତ ବାବା, ନରୋତମ, ଉଦ୍ଧବ, ଭଗତ, ଭୀମସେନ, ମୂର୍ତୀ ଏବଂ ଆକୁଳ ୬ଜଣ ସନ୍ୟାସୀ ଭ୍ରମଣରେ ବାହାରି କାକଟପୁର, ପୁରୀରୁ ବାଲୁଗାଁ ବ୍ରହ୍ମପୁର ଦେଇ ଆନ୍ଦ୍ରର ମହେନ୍ଦ୍ରଗିରୀ ଠାରେ ଥିବା ମହିମା ପିଠରେ ପହଁଚିଥିଲେ । ସେଠାରୁ ଗଞ୍ଜାମ ଗଜପତି ଜିଲ୍ଲା େଦେଇ ନୟାଗଡ ଜିଲ୍ଲାର ଓଡଗାଁରେ ପହଁଚିଲା ବେଳେ ଅଲେଖ ଧର୍ମାବଲମ୍ବୀମାନେ ସେମାନଙ୍କୁ ଦର୍ଶନ କରିଥିଲେ । ସ୍ୱଲ୍ପ ସମୟରେ ସଂକ୍ଷେପରେ ବିଶ୍ୱବ୍ରହ୍ମାଣ୍ଡର କଥା ଧର୍ମ ଧାରଣେ ରହିଛି ଧରିତ୍ରୀ ବୋଲି କହିଥିଲେ । କଥାର ଚୁମ୍ବକୀୟ ଆକର୍ଷଣରେ କିଛି ସମୟ ପାଇଁ ଧର୍ମୀୟ ଦର୍ଶନରେ ଦ୍ରବିଭୁତ ହୋଇଥିଲେ ସେଠାରେ ଉପସ୍ଥିତ ଜନସମୁହ । ନିରାକାର ନିର୍ଗୁଣ ଶୂନ୍ୟବ୍ରହ୍ମ୍ମ ଉପଉସନାର ଏହି ଉପଉସକମାନଙ୍କ ଶରୀର ବଜ୍ରଠାରୁ କଠିନ । ଦିର୍ଘପଥ ଅତିକ୍ରମ କରି ଆସିଥିଲେ ମଧ୍ୟ କ୍ଲାନ୍ତି ବଦଳରେ ମୁଖମଣ୍ଡଳରେ ପ୍ରସନ୍ନତା ଦେଖିବାକୁ ମିଳିଥିଲା । ସତ୍ୟ ମହିମା ଧର୍ମକୁ ଆଦରି ନେଇଥିବା ଏହି ସନ୍ୟାସୀମାନେ ଗଛର ବକ୍ଳଳକୁ ବସନରୁପେ ବ୍ୟବହାର କରୁଥିବା ବେଳେ ତାଳପତ୍ରକୁ ଛତା ଏବଂ ବିଂଚଣା ରୁପେ ବ୍ୟବହାର କରିବା ସହିତ ହାତରେ ଠେଙ୍ଗାଟିଏ ଧରି ବାଟ ଚାଲୁଥଲା ବେଳେ ସେମାନଙ୍କ ପାଖରେ ଅନ୍ୟ କୈାଣସି ଦ୍ରବ୍ୟ ନଥିଲା । ମାର୍ଗ ଯେତେ କଠିନ ହେଲେ ମଧ୍ୟ ସନ୍ଥ ଭୀମଭୋଇଙ୍କ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ-ମୋଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାରହେଉ । ଏହି ପଂକ୍ତିଟି ସନ୍ୟାସୀଙ୍କ ମୁଖରୁ ନିସୃତ ହେଉଥିଲା ।
Sign in
Sign in
Recover your password.
A password will be e-mailed to you.