ଦକ୍ଷତା ବିକାଶ କେନ୍ଦ୍ରର ସମସ୍ୟା ବୁଝିଲେ ଓ ୟୁନିଫର୍ମ ବାଣ୍ଟିଲେ ବିଧାୟକଙ୍କ ପ୍ରତିନିଧି 

0 2

ଜଗତସିଂହପୁର:(ରମେଶ ମହାନ୍ତି):- ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ନିର୍ଦ୍ଦେଶରେ ନବନିଯୁକ୍ତ ପ୍ରତିନିଧି ରଶ୍ମି ରଂଜନ ଚୌଧୁରୀ ସୋମବାର ଦିନ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ପହଞ୍ଚି ଦକ୍ଷତା କେନ୍ଦ୍ର ଭ୍ରମଣ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।ଏଥିସହିତ ମେଧାବି ଛାତ୍ର/ଛାତ୍ରୀ ମାନଙ୍କ ଶିକ୍ଷା କେନ୍ଦ୍ର,ପ୍ରାଟିକାଲ ଗୃହ ଏବଂ କିଭଳି ସେମାନଙ୍କ ପାଇଁ ଖାଇବା ଓ ରହିବାର ବ୍ୟବସ୍ଥା କରାଯାଉଛି ଏସବୁ ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ସୁଜିତ ମହାନ୍ତି, ପ୍ରଭୁତି ମହାପାତ୍ର ଉକ୍ତ କେନ୍ଦ୍ରର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଦୀପ୍ତ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକ୍ରତା ଦକ୍ଷତା ବିକାଶ କ୍ଷେତ୍ରର ବ୍ୟାପକ ପ୍ରଚଳନ ନିମନ୍ତେ ମତ ପ୍ରକାଶ କରିଥିଲେ ଏବଂ ପ୍ରତିନିଧି ଶ୍ରୀ ଚୌଧୁରୀଙ୍କ ଦ୍ଵାରା ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ର, ଛାତ୍ରୀ ମାନଙ୍କୁ ୟୁନିଫର୍ମ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଛତର, ସୁଷାନ୍ତ ପବନ ଗୁପ୍ତା, ପ୍ରିୟଦର୍ଶୀ ସତ୍ୟରଞ୍ଜନ, ସନାତନ କାଣ୍ଡି, ପ୍ରତିଜ୍ଞା ନାୟକ,ସିଲା ପଦ୍ମା ଜେନା ପ୍ରମୁଖ ନିଜ ନିଜର ମତପ୍ରକାଶ କରିଥିଲେ।ଏଥିସହିତ ଏହି ଦକ୍ଷତା କେନ୍ଦ୍ରରେ ଯାହା ସମସ୍ୟା ରହିଛି ସେଗୁଡିକ ଯଥାଶୀଘ୍ର ସମାଧାନ କରାଯିବା ନିମନ୍ତେ ବିଧାୟକ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଶ୍ରୀ ଚୌଧୁରୀ ମତ ରଖିଥିଲେ ।

 

Leave A Reply

Your email address will not be published.