ବ୍ୟାଟେରୀ ଚୋରିରେ ସମ୍ପୃକ୍ତ ୩ ଗିରଫ : ୭ ବ୍ୟାଟେରୀ ଉଦ୍ଧାର 

0 2

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଅଞ୍ଚଳରେ କ୍ରମାଗତ ଭାବେ ଗାଡିରୁ ବ୍ୟାଟେରୀ ଚୋରି ଅଭିଯୋଗ ପୋଲିସ ନିମନ୍ତେ ମୁଣ୍ଡ ବଥାର କାରଣ ହୋଇଥିବା ବେଳେ ଆଜି ପୋଲିସକୁ ସଫଳତା ମିଳିଛି। ଘଟଣାରୁ ପ୍ରକାଶ ଯେ ଗତ ୨୭ ତାରିଖ ରାତିରେ ପିଏଚଡି ଅଞ୍ଚଳରେ ଥିବା ଏକ ଦୋକାନରୁ ଏକ ଇନଭେର୍ଟର ବ୍ୟାଟେରୀ ସହ ଚାଉଳ ଡାଲି ଇତ୍ୟାଦି ଚୋରୀ ହୋଇଥିବାର ଥାନାରେ ଅଭିଯୋଗ ହୋଇଥିଲା। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନିର୍ଦେଶରେ ତଦନ୍ତକାରୀ ଅଫିସର ମେରୀ କେରକେଟା ଓ ବିଜୟ ଖଟୁଆ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରି ହୋଇଥିବା ଇନଭେର୍ଟର ବରକତ ନଗରର ଏମଡ଼ି ସରଫରାଜ ଘରୁ ଜବତ କରିଥିଲେ। ସେଠାରୁ ପୋଲିସ ମୋଟ ୭ଟି ବ୍ୟାଟେରୀ ଉଦ୍ଧାର କରିଥିବା ଜଣା ପଡ଼ିଛି। ଚୋରିରେ ସମ୍ପୃକ୍ତ ଶ୍ରୀନାଥ କାରୁଆ ଓ ଅନ୍ୟ ଜଣେ ନାବାଳକ ସହ ଏମଡି ସରଫରାଜକୁ ପୋଲିସ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।  ଶ୍ରୀନାଥର ଘର କିରିବୁରୁ ଅଞ୍ଚଳରେ ଓ ସେ ଠାକୁରାଣୀରେ ରହୁଥିବା ପୋଲିସ କହିଛି।

 

Leave A Reply

Your email address will not be published.