ଜିଲ୍ଲା ସ୍ତରୀୟ କ୍ରୀଡା  ପ୍ରତିଯୋଗୀତା ଉଦଯାପିତ

0 2

ନୂଆପଡ଼ା,(ଅମିତ ପୁରୋହିତ ): ନୂଆପଡ଼ା ଜିଲ୍ଲା ଖରିଆରରୋଡ ମିନି ଷ୍ଟାଡିୟମ ଠାରେ ଶିକ୍ଷା ବିଭାଗ ତରଫରୁ ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରିଡା ପ୍ରତିଯୋଗୀତା ଆଜି ଅପରାହ୍ନରେ ଉଦ୍ୟାପିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ୟାପନୀ ଉସôବରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ ଡ.ଶିବପ୍ରସାଦ ବେହେରା ମୁଖ୍ୟବକ୍ତା, ବୋଡେନ ବିଇଓ ଇନ୍ଦ୍ରମଣୀ ପାଣିଗ୍ରାହୀ,  ଖଡିଆଳ ରାଜାଏଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ନକୁଲ ଶବର, ଜିଲ୍ଲା କ୍ରିଡା ନିରୀକ୍ଷକ ମହେଶ ଦଣ୍ଡସେନା, ଖରିଆରରୋଡ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଜିତ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ବ୍ଲକର ସମସ୍ତ ସ୍କୁଲରୁ ୫୩୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହାକୁ ଜୁନିୟର ଓ ସିନିୟର ଦୁଇ ଭାଗରେ ଭାଗ କରିଥିଲେ । ୬ ରୁ ୧୪ ବର୍ଷକୁ ଜୁନିୟର ଓ ୧୪ ରୁ ୧୭ ସିନିୟର ଗୃପ ହୋଇଥିଲା । ଫୁଟବଳ, ଖୋଖୋ, କବାଡି, ଟେନିକୋଟ, ତାଇକାଣ୍ଡୋ ଭଳି ପ୍ରତିଯୋଗୀତା ଅନୁଷ୍ଠିତ  ହୋଇଥିଲା । ଫୁଟବଳରେ ନୂଆପଡ଼ା ବ୍ଲକ ଚମ୍ପିୟନ ହୋଇଥିଲା । ଏଠାରୁ ଚୟନ ହୋଇଥିବା କୃତି ଛାତ୍ରଛାତ୍ରୀ ମାନେ ରାଜ୍ୟ ସ୍ତରୀୟ କ୍ରିଡା ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ । ଜିଲ୍ଲାର ସମସ୍ତ ସିଆରସିସି, ଖେଳ ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ । 

Leave A Reply

Your email address will not be published.