ନୟାଗଡ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଦଲାଲ ଗିରଫ

0 2

ନୟାଗଡ(ବିଶ୍ୱଜିତ ନାୟକ)-ପ୍ରତିଟି ଚିକିତ୍ସାଳୟ ପରିସରରୁ ଦଲାଲମୁକ୍ତ କରିବା ନେଇ ସରକାର ନୂତନ ଅଭିଯାନ ଆରମ୍ଭ କରିଥିବା ବେଳେ ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ ଦଲାଲକୁ ଗିରଫ କରିଛି।ଗିରଫ ଦଲାଲ ଜଣକ ହେଲେ ସଦର ଥାନା ପଦମପୁର ଗ୍ରାମର ମୃତ୍ୟୁଞ୍ଜୟ ପରିଡା ଓରଫ ନୀଳ।କୌଣସି ସୂତ୍ରରୁ ଖବର ପାଇ ନୟାଗଡ ଟାଉନ ଥାନା ଏ.ଏସ. ଆଇ ଅଶୋକ କୁମାର ମହାନ୍ତି ଏହି ଦଲାଲକୁ ଚିକିତ୍ସାଳୟ ପରିସରରୁ ଧରିଥିଲେ। ମୃତ୍ୟୁଞ୍ଜୟ ଜଣେ ରୋଗୀକୁ ବାହାରେ ଡାକ୍ତର ଦେଖେଇଦେବାପାଇଁ ଟଙ୍କା ନେଉଥିବା ବେଳେ ପୋଲିସ ତାକୁ ଧରିଥିବା ନେଇ ସୂଚନା ଦେଇଛି।ଏଠି ପ୍ରଶ୍ନବାଚୀ ସୃଷ୍ଟି ହେଇଛି ଯେ, ଏହି ଦଲାଲ ଜଣକ ନୟାଗଡ ମୁଖ୍ୟ ଚିକିତ୍ସାଳୟର କେଉଁ ଡାକ୍ତରଙ୍କ ପାଖକୁ ଆସେ ଏବଂ ବାହାରେ କେଉଁ ଡାକ୍ତରଙ୍କୁ ନେଇ ରୋଗୀ ଦେଖାଏ।ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣକ ପ୍ରତ୍ୟେକ ଦିନ ଚିକିତ୍ସାଳୟ ପରିସର ମଧ୍ୟକୁ ଆସି ତାର ଦଲାଲକାର୍ଯ୍ୟ ଚଳାଇଥାଏ।ଏଥିରେ ବୋଧହୁଏ ପୂର୍ବରୁ ନିରବଦ୍ରଷ୍ଟା ସାଜିଥିଲେ ଚିକିତ୍ସାଳୟ ଅଧିକାରୀ ଏବଂ ରୋଗୀଙ୍କୁ ସୁରକ୍ଷା ଦେଉଥିବା କର୍ମଚାରୀ |

Leave A Reply

Your email address will not be published.