ସୋହେଲା(ଶାସକପ୍ରଶାସକ)- ଏ ଅଞ୍ଚଳର ବିଶିଷ୍ଟ ସମାଜସେବୀ,ବ୍ୟବସାୟୀ ତଥା କଂଗ୍ରେସ ନେତା ଆଉ ନାହାନ୍ତି। ସେ କିଛି ମାସ ହେଲା ଅସୁସ୍ଥ ଥିଲେ । ଗତକାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ 61 ବର୍ଷ ହୋଇଥିଲା । ତାଙ୍କ ମର ଶରୀର ସୋହେଲାକୁ ଅଣାଗଲା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ବର୍ଗତ ଅଗ୍ରୱାଲ ସୋହେଲା ବ୍ଲକ କଂଗ୍ରେସ ସଭାପତି, ଦୂର୍ଗାପୂଜା କମିଟିର ସମ୍ପାଦକ,ଗାଡି ମାଲିକ ସଂଘ ସମ୍ପାଦକ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତାଙ୍କ ବିୟୋଗରେ ଅଂଚଳରେ ଶୋକ ପ୍ରକାଶ ପାଇଛି । ଦୁର୍ଗାପୂଜା କମିଟି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା,କାର୍ଯ୍ୟକାରୀ ସଭାପତି ତଥା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ,ଉପସଭାପତି ତଥା ପୂର୍ବତନ ବିଧାୟକ ମହମ୍ମଦ ରଫିକ,ଗାଡି ମାଲିକ ସଂଘ ସଭାପତି ପ୍ରଦୀପ ଦେବତା,ନାଗରିକ କମିଟି ସଭାପତି ପ୍ରମୋଦ ଦେବତା,ସୁଶାନ୍ତ ମିଶ୍ର, ବଲବୀର ସିଂହ ଠାକୁର,ଅନୀଲ ପଧାନ,ମନ ମାଝୀ, ଅଗ୍ରୱାଲ ସଭା ସଭାପତି ସୁରେଶ ଅଗ୍ରୱାଲ,ଟଂକାଧର ଝାଙ୍କର, ନଥୁରାମ ଅଗ୍ରୱାଲ,ଡାକ୍ତର ଶିଶିର କୁମାର ସାହୁ,ଗୋବିନ୍ଦ ସାହୁ, ବ୍ଲକ ଅଧ୍ୟକ୍ଷ ଜୀବର୍ଧନ ବରିହା ତଥା ବିଭିନ୍ନ ସଂଘଠନ ତରଫରୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଜି ସକାଳେ ସ୍ଥାନୀୟ ସ୍ଵର୍ଗ ଦ୍ୱାର ଠାରେ ଅନ୍ତେଷ୍ଠି କ୍ରିୟା ସମ୍ପନ୍ନ କରା ଯାଇଥିଲା । ତାଙ୍କ ବଡ଼ ପୁଅ ମୁକେଶ ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଶୋକ ଅନ୍ତେଷ୍ଠି କ୍ରିୟା ସମ୍ପନ୍ନ ହେବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post