ଅଯୋଗ୍ୟ ଘୋଷିତ ହେଲେ ସମିତି ସଦସ୍ୟ 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ବରିଷ୍ଠ  ଦେୱାନୀ ଆଦାଲତ ଜଜ୍ ସୁଶୀଲ କୁମାର ସାହୁ ଆଜି ଏକ ନିର୍ବାଚନୀ ମାମଲାର ବିଚାର କରି ପାଟଳୀପୁର ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ସିଂଙ୍କ ସଦସ୍ୟ ପଦକୁ ବାଜ୍ୟାପ୍ତି  କରିବା ସହ ପରାଜିତ ପ୍ରାର୍ଥୀ ଶ୍ରୀକାନ୍ତ ସିଂଙ୍କୁ ନିର୍ବାଚିତ ସଦସ୍ୟ ଭାବେ ରାୟ ଶୁଣାଇଛନ୍ତି । ଖବରର ବିବରଣୀରୁ ପ୍ରକାଶ,  ୨୦୧୭ ଫେବୃଆରୀ ୧୩ରେ ପଟାଳୀପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ପଦବୀ ନିମନ୍ତେ ନିର୍ବାଚନ ଘୋଷଣା ହୋଇଥିଲା । ବେତନଟୀ ପଞ୍ଚାୟତ ସମିତିର ପଞ୍ଚାୟତ ନିର୍ବାଚନ ଅଧିକାରୀ ତଥା ବ୍ଲକ ଡେଭଲପମେଣ୍ଟ ଅଧିକାରୀ ପଞ୍ଚାୟତ ସମିତର ସଦସ୍ୟ ଭାବେ କାଠପାଳ ଅଞ୍ଚଳର ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରାମ ଚନ୍ଦ୍ର ସିଂ ତିନୋଟି ସନ୍ତାନର ପିତା ହୋଇଥିଲେ ମଧ୍ୟ ତାଙ୍କୁ ଚଞ୍ଚକତା କରି ନିର୍ବାଚିତ ହୋଇଥିବାର ଘୋଷଣା କରିଥିଲେ । ପ୍ରାର୍ଥୀ ରାମଚନ୍ଦ୍ରଙ୍କ ନାମାଙ୍କନ ପତ୍ରକୁ ଅସିଦ୍ଧ ବା ନାକଚ କରାଇବା ନିମନ୍ତେ   ନିର୍ବାଚନ ଆଇନ ଅନୁସାରେ ଅଭିଯୋଗ ଆଣିଥିଲେ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଶ୍ରୀକାନ୍ତ ସିଂ । କିନ୍ତୁ ନିର୍ବାଚନ ଅଧିକାରୀ ଶ୍ରୀକାନ୍ତଙ୍କ ଅଭିଯୋଗକୁ କଣ୍ଣପାତ ନ କରିବା ସହ ଆଇନର ପରିସର ବାହାରକୁ ଯାଇ ରାମଚନ୍ଦ୍ର ସିଂ ନିର୍ବାଚିତ ଘୋଷିତ କରିଥିଲେ । ଫଳରେ ନିର୍ବାଚନ ଅଧିକାରୀଙ୍କ ଉକ୍ତ ଘୋଷଣା ବିରୋଧରେ ପ୍ରତିଦ୍ୱନ୍ଦି ପ୍ରାର୍ଥୀ ଶ୍ରୀକାନ୍ତ ମାନ୍ୟବର ବରିଷ୍ଠ  ଦେୱାନୀ ଅଦାଲତରେ  ଏକ ନିର୍ବାଚନୀ ମାମଲା(କେଶ ନଂ ୪୯/୧୭) ରୁଜୁ କରିଥିଲେ । ଆଜି ଉକ୍ତ ମାମଲାରେ ଦାଖଲ ହୋଇଥିବା ସମସ୍ତ ଦସ୍ତାବିଜକୁ ତନଖି କରିବା ସହ୍ ଓ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି ଚୁଡ଼ାନ୍ତ ରାୟ ପ୍ରକାଶ କରିଥିଲେ । ମୋକର୍ଦ୍ଧମାକୁ ବାରିପଦାର ବରିଷ୍ଠ  ଆଇନଜୀବୀ ଚନ୍ଦ୍ର ଶେଖର ଦାସ, ଅସିତ୍ କୁମାର ଓତା ଓ ନରୋତ୍ତମ ପାଣିଗ୍ରାହୀ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.