ଭିନ୍ନକ୍ଷମ ଯୁବତୀଙ୍କୁ  ଦୁଷ୍କର୍ମ ଅଭିଯୋଗରେ ନିରଞ୍ଜନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ 

0

ଜଗତସିଂହପୁର:(ରମେଶ ମହାନ୍ତି):-ଜଣେ ଆଂଶିକ ଭିନ୍ନକ୍ଷମ ଯୁବତୀ(୧୮)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ସ୍ପେଶାଲ ଟ୍ରାକ କୋର୍ଟର ବିଚାରପତି ମହେଶ୍ୱେତା ପରିଜା ଆସାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।ସୂଚନାନୁଯାୟୀ ଜଗତସିଂହପୁର ଥାନା ଅନ୍ତର୍ଗତ ଗୋବିନ୍ଦା ପୋଖରୀ ଗ୍ରାମର ନୃସିଂହ ମିଶ୍ରଙ୍କ ପତ୍ନୀ ବୀଣାପାଣି ତା୬-୫-୨୦୧୭ରିଖ ଦିନ ୧୧-୩୦ ମିନିଟ ସମୟରେ ନିକଟସ୍ଥ ଏକ ବ୍ୟାଙ୍କକୁ ଯାଇଥିବାବେଳେ ତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ସେହି ଗ୍ରାମର ନିରଞ୍ଜନ ଦାସ ବୀଣା ପାଣିଙ୍କର ଏକ ଆଂଶିକ ଭିନ୍ନକ୍ଷମ ଝିଅକୁ ଦୁଷ୍କର୍ମ କରିଥିଲା ।ଝିଅଟି ଚିତ୍କାର କରିବାରୁ ତାର ପାଟିକୁ ରୁମାଲପକାଇ ବନ୍ଦ କରିବାସହ ବେକକୁ ଚିପିଧରିଥିଲା ।ଘଟଣା ସମ୍ପର୍କରେ ଝିଅର ମା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ଏକ କେଶ ନ-୧୧୯/୧୭ରୁଜୁ କରିବା ସହିତ ଦଫା ୪୫୦,୩୭୬ (୨ ଆଇ)୩୫୪(ବି)ରୁଜୁ କରିଥିଲା ।ଆଜି (ସୋମବାର) ସ୍ପେଶାଲ ଟ୍ରାକ କୋର୍ଟ ର ବିଚାରପତି ୧୭ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଆସାମୀ ନିରଞ୍ଜନକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୯ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।ଏହି କେସ୍ କୁ ସରକାରୀ ଆଇନଜୀବୀ ସୁବାସ ଭୂଷଣ ମହାପାତ୍ର ପରିଚାଳନା କରିଥିଲେ ।

 

Leave A Reply

Your email address will not be published.