ମହିଲା ମହାବିଦ୍ୟାଳୟ ଛାତ୍ରୀଙ୍କ ସେବାରେ ଲାୟନ୍ସ କ୍ଳବ

0 1

ମେଲଛାମୁଣ୍ଡା,(ମନୋଜ ଭୋଇ) ଜନସେବାକୁ ଆଧାର କରି ଲାୟନ୍ସ କ୍ଳବ ଏ ଅଂଚଳରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରି ଆସୁଛି । ଏହି ପରିପ୍ରେକ୍ଷିରେ ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ମହିଲା ମହାବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଏକ ଭେଣ୍ଡିଙ୍ଗ ମେସିନ ଓ ଓାଟର କୁଲର ପ୍ରଦାନ କରିଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାସଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି, ଉପ ଜିଲ୍ଳାପାଳ ତନ୍ମୟ ଦରଓାନ, ଡିଷ୍ଟିକ ଭାଇସ ଗର୍ଭନର ବେଣୁମାଧବ ଦୋରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଲାୟନ୍ସ କ୍ଳବର ସ୍ଥାନୀୟ ସଭାପତୀ ବିଭୁଦତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାଇସ ଗର୍ଭନର ଶ୍ରୀ ଦୋରା ଆଭିମୁଖ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବରିହା ଭେଣ୍ଡିଙ୍ଗ ମେସିନ ଓ ଓାଟର କୁଲରକୁ ଶୁଭାରମ୍ଭ କରିବା ସହ ମହାବିଦ୍ୟାଳୟରେ ଏକ ଅଡିଟୋରିୟମ ନିର୍ମାଣ ସକାଶେ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ । ସେହିପରି ଉପଜିଲ୍ଳାପାଳ ଶ୍ରୀ ଦରଓାନ ମହାବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇବା ପାଇଁ ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, କର୍ମଚାରୀ ଏବଂ ସମସ୍ତ ଛାତ୍ରୀ ସହ ଲାୟନ୍ସ କ୍ଳବର ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.