ମେଲଛାମୁଣ୍ଡା ମହାବିଦ୍ୟାଳୟରେ ସ୍ୱାଗତ ସର୍ମ୍ବଧନା ସଭା

0 1

ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ସନିବାର ଦିନ ଏକ ସ୍ୱାଗତ ସର୍ମ୍ବଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷରେ ଯୋଗ ଦେଇଥିବା ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ରାଜବୋରାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣି ନାୟକ ମୁଖ୍ୟ ଅତିଥି, ସ୍ଥାନୀୟ ସରପଂଚ ସୁନିତା ବରିହା, ପ୍ରକାଶ ବରିହା, ଅଧ୍ୟାପକ ମିନକେତନ ବିଶ୍ୱାଲ, ଅଧ୍ୟାପକ ଡ. ସରୋଜ ଦାସ, ଅଧ୍ୟାପକ ଡ. ପ୍ରଦୀପ ପ୍ରଧାନ, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ଭୁପତୀ କାଲୋ, ଅଧ୍ୟାପକ ମହେଶ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିଲେ । ଉତ୍ସବରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଆମନ୍ତ୍ରୀତ ଅତିଥି ଗଣ ମାର୍ଗଦର୍ଶନ ଦେଇଥିଲେ । ଅଧ୍ୟାପକ ଭୁପତୀ କାଲୋ ସଭାର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ.ପ୍ରଦୀପ ପ୍ରଧାନ ସଭାଟିକୁ ସଂଯୋଜନା କରିଥିଲେ । ସଭାପରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ମହାବିଦ୍ୟାଳୟର ସୁନିଲ ଜୈନ, ସୁବାଷ ପଧାନ, ରଘୁମଣି ମହାନନ୍ଦ, ହୃଷିକେଷ ସାହୁ, ସବିତା ସେଠ, ସଂଯୁକ୍ତା କାଣ୍ଡ, ତ୍ରିନାଥ କାଣ୍ଡ ଓ ଉପେନ୍ଦ୍ର ଜାଲ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଆନୁଷ୍ଠାନିକ ଭାବେ ଅଧ୍ୟାପକ ମହେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.