ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳର ଚାପରୁ ମୁକ୍ତ ରହି ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରନ୍ତୁ : ବିଜେପି

0

20-02-18-CEO_20.02.jpg - 2.61 MB

 

 ବାରମ୍ବାର ଅଭିଯୋଗ ସତ୍ୱେ ପଦ୍ମପୁର ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ସନେ୍ଦହକୁ ଦୃଢୀଭୂତ କରିଛି

 ନିର୍ବାଚନ ଆୟୋଗ ନିଜ ନିରପେକ୍ଷ ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରି ଅବିଳମ୍ବେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ   ଗ୍ରହଣ କରିବା ସହିତ ପୋଲିସ ଓ ପ୍ରଶାସନିକ କଳର ନିରପେକ୍ଷତା ବଜାୟ ରଖିବାର ପଦକ୍ଷେପ ନେବାକୁ ବିଜେପିର ଦାବୀ

ଭୂବନେଶ୍ୱର /CHAKRADHAR MAJHI : ବିଜେପୁରରେ ୪୦ ଲକ୍ଷ ଟଙ୍କା ଜବତ ନେଇ ସ୍ଥାନୀୟ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଟଙ୍କାର ଉତ୍ପତି  ଓ ଗନ୍ତବ୍ୟ ସ୍ଥଳ ସମ୍ବନ୍ଧରେ ବିନା ତଦନ୍ତରେ ଏହି ଟଙ୍କା ବିଜେପିର ନିର୍ବାଚନ ପ୍ରଚାରରେ ଲାଗିବା ପାଇଁ ଦେଇଥିବା ରିପୋର୍ଟ ଓ ବୟାନ ବିରୋଧରେ ବିଜେପି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ପୂର୍ବରୁ ବହୁ ଥର ଦୃଷ୍ଟି ଆକର୍ଷଣ କରିଛି । ରାୟପୁରରୁ ଟଙ୍କା ଆସିବା ନେଇ ଏସଡିପିଓ ବୟାନ ଦେଇଥିଲେ ମଧ୍ୟ କେଉଁ ସୂତ୍ରରୁ ଏହି ଟଙ୍କା ଆସିଥିଲା ତାହା ସେ ସ୍ପଷ୍ଟ କରି ନାହାନ୍ତି ।  ସଂପୃକ୍ତ ବ୍ୟବସାୟୀଙ୍କ ପରିବାରର ଯେଉଁ ସଦସ୍ୟମାନେ ଏହି ଟଙ୍କା ପରିବାରର ହୋଇଥିବା ଦାବି କରୁଥିବା ବେଳେ ପୋଲିସ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ନାହିଁ । ସଂପୃକ୍ତ ଏସଡିପିଓ ଶାସକଦଳର ଏଜେଂଟ ଭାବେ କାମ କରି ଶାସକ ଦଳ ପ୍ରଚାରରେ ସହାୟତା କରିବା ଓ ବିଜେପି ପ୍ରଚାରରେ ପ୍ରତିବନ୍ଧକ ସୃଷ୍ଟି କରିବା ଏହା ପୂର୍ବରୁ ମଧ୍ୟ ବିଜେପି ନିର୍ବାଚନ ଆ୍େୟାଗଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଛି । ଏହି ଅଫିସରଙ୍କ ଏପରି ବେନିୟମ କାର୍ଯ୍ୟ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗ କାହିଁକି କାର୍ଯ୍ୟାନୁଷ୍ଠାନ  ନେଉ ନାହାନ୍ତି ତାହା ମଧ୍ୟ ଆମକୁ ବିସ୍ମିତ କରୁଛି ବୋଲି ରାଜ୍ୟ ଉପ ସଭାପତି ଶ ସମୀର ମହାନ୍ତି କହିଛନ୍ତି ।

ଆଜି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିବା ସହ ଶାସକ ଦଳର ଚାପରୁ ମୁକ୍ତ ରହି ସେ ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାକୁ ବିଜେପି ତରଫରୁ ଅନୁରୋଧ କରାଯାଇଛି ।

ଘଟଣା ସଂପର୍କରେ ଅବଗତ କରାଯାଇ କୁହାଯାଇଛି ଯେ, ଗତ କାଲି ସ୍ଥାନୀୟ ବରିଷ୍ଠ ନେତା ତଥା ସମାଜରେ ଜଣେ ସମ୍ମାନନୀୟ ବ୍ୟକ୍ତି ଶିରିଷ ବହିଦାରଙ୍କ ଘରେ ବିନା ସର୍ଚ ୱାାରେଂଟରେ ପୋଲିସ ଖାନତଲାସ କରିଛି । ଏହା କି ପ୍ରକାର ପୋଲିସର ଉଦ୍ଦେଶ୍ୟ  ପ୍ରଣୋଦିତ ଦମନଲୀଳା ? ସେହିପରି ଗତକାଲି ବିଳମ୍ବିତ ରାତ୍ରୀରେ ବିଜେପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକରେ ଥିବା ନିର୍ବାଚନ ପ୍ରଚାର କାର୍ଯ୍ୟାଳୟ ଉପରେ ଚଢଉ ନାଁରେ ଅତର୍କିତ ଆକ୍ରମଣ କରାଯାଇଛି । ଏହି ଚଢଉ ସମୟରେ ସର୍ଚ ୱାାରେଂଟ ମାଗିଲେ ମଧ୍ୟ ତାହା ପୋଲିସ ପାଖରେ ନ ଥିଲା । ଉପସ୍ଥିତ ଥିବା ମହିଳା କାର୍ଯ୍ୟକର୍ତାଙ୍କୁ ମଧ୍ୟ ଦୁର୍ବବ୍ୟହାର କରିବାକୁ ପଛାଇ ନ ଥିଲା ପୋଲିସ  ।  ପ୍ରତିବାଦ କଲେ ଗିରଫ କରି ନିଆ ଯିବ ବୋଲି ସେଠାରେ ଉପସ୍ଥିତ ଥିବା ବିଜେପି ବିଧାୟକ ଦଳର ନେତା କନକ ବର୍ଧନ ସିଂହଦେଓଙ୍କୁ ପୋଲିସ ଧମକ ଦେଇଥିଲା । 

ଆଜି ଏହି ବ୍ଲକରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ପ୍ରଭୃତିଙ୍କ ପ୍ରଚାର କାର୍ଯ୍ୟକ୍ରମରେ ସରକାରୀ ଦଳ ଭୟଭୀତ ଏଥି ପାଇଁ ନିର୍ବାଚନ ପ୍ରଚାରର ପ୍ରସ୍ତୁତିକୁ ଭଣ୍ଡୁର କରି ଅସୁବିଧାଜନକ ସ୍ଥିତି ତିଆରି ପାଇଁ ପୋଲିସକୁ ବ୍ୟବହାର କରା ଯାଇଛି ବୋଲି ବିଜେପି ଅୟୋଗଙ୍କ ପାଖରେ ଅଭିଯୋଗ କରିଛି । 

ଏତେ ସବୁ ଅଭିଯୋଗ ପରେ ବି କାହିଁକି ପଦକ୍ଷେପ ନ ନେଇ ନିର୍ବାଚନ ଆଇନ କାନୁନର ସ୍ପଷ୍ଟ ଉଲ୍ଲଂଘନ ହେବାକୁ ଦେଉଛନ୍ତି ? ବର୍ତମାନ ବରଗଡ ଜିଲ୍ଲାର ପ୍ରଶାସନ ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣରେ ଅଛି । ନିଜ ନିରପେକ୍ଷ ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରି ଅବିଳମ୍ବେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ସହିତ ପୋଲିସ ଓ ପ୍ରଶାସନିକ କଳର ନିପେକ୍ଷତା ବଜାୟ ରଖିବାର ପଦକ୍ଷେପ ନେବାକୁ ବିଜେପି ଆୟୋଗଙ୍କୁ ଅନୁରୋଧ କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ ସଂପାଦକ ଶିଶିର ଗମାଙ୍ଗୋ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଜା ଦେବତା, ପ୍ରଶାନ୍ତ ସ୍ୱାଇଁ, ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.