ପୌରପରିଷଦ ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତି
ବାରିପଦାରୁ ଦିଲ୍ଲୀପ ମହାନ୍ତି – ୨୦୧୯ରେ ହେବାକୁ ଯାଉଥିବା ବାରିପଦା ପୌରପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ପୌରପରିଷଦର ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପୌରପରିଷଦର ୱାଡର଼୍ ସଂଖ୍ୟା ୪ ବୃଦ୍ଧି ପାଇ ୩୨ ଧରିଛି । ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୫୫/୧୫.୦୨.୨୦୧୮ ଅନୁସାରେ ଓଡ଼ିଶା ମ୍ୟୁନିସିପାଲିଟି ଆଇନ ୧୯୫୦ (୨୩ ଧାରା) ସହିତ (୧) ଏ ର ୨-ଏ ଆଧାରରେ ଖସଡ଼ା ନିୟମାବଳୀ ଓ ସଂରକ୍ଷିତ ଲିଙ୍ଗ ଭିତ୍ତିକ ସଦସ୍ୟତା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପ୍ରସ୍ତାବିତ ୱାର୍ଡ ପୁର୍ନଗଠନ ତାଲିକା
୧ )- ଅନୁସୂଚିତ ଜାତି; ୨)- ଅଣସଂରକ୍ଷିତ(ମହିଳା), ୩)- ଅଣସଂରକ୍ଷିତ(ମହିଳା), ୪)- ଅଣସଂରକ୍ଷିତ(ମହିଳା), ୫)-ଅଣସଂରକ୍ଷିତ, ୬)- ଅଣସଂରକ୍ଷିତ(ମହିଳା), ୭)- ଅଣସଂରକ୍ଷିତ, ୮)- ଅଣସଂରକ୍ଷିତ(ମହିଳା), ୯)- ଅଣସଂରକ୍ଷିତ(ମହିଳା), ୧୦)- ଅଣସଂରକ୍ଷିତ(ମହିଳା), ୧୧)- ଅଣସଂରକ୍ଷିତ(ମହିଳା), ୧୨)- ଅଣସଂରକ୍ଷିତ, ୧୩)- ଅନୁସୂଚିତ ଜନଜାତି, ୧୪)- ଅଣସଂରକ୍ଷିତ, ୧୫)- ଅଣସଂରକ୍ଷିତ(ମହିଳା), ୧୬)- ଅଣସଂରକ୍ଷିତ(ମହିଳା), ୧୭)- ଅଣସଂରକ୍ଷିତ, ୧୮)- ଅଣସଂରକ୍ଷିତ, ୧୯)- ଅଣସଂରକ୍ଷିତ(ମହିଳା), ୨୦)- ଅଣସଂରକ୍ଷିତ, ୨୧)- ଅଣସଂରକ୍ଷିତ, ୨୨)- ଅଣସଂରକ୍ଷିତ, ୨୩)- ଅଣସଂରକ୍ଷିତ, ୨୪)- ଅଣସଂରକ୍ଷିତ, ୨୫)- ଅଣସଂରକ୍ଷିତ, ୨୬)-ଅନୁସୂଚିତ ଜନଜାତି(ମହିଳା), ୨୭)-ଅନୁସୂଚିତ ଜନଜାତି, ୨୮)- ଅନୁସୂଚିତ ଜନଜାତି(ମହିଳା), ୨୯)- ଅନୁସୂଚିତ ଜନଜାତି(ମହିଳା), ୩୦)- ଅନୁସୂଚିତ ଜାତି, ୩୧)- ଅନୁସୂଚିତ ଜାତି(ମହିଳା), ୩୨)- ଅନୁସୂଚିତ ଜାତି(ମହିଳା)
ବେଲଗଡ଼ିଆ ଓ ଝିଞ୍ଜିରିବନ୍ଧ ଅଞ୍ଚଳର ୩୦୦୪ ଜନସଂଖ୍ୟାକୁ ନେଇ ୧ ନଂ ୱାଡର଼୍; ଭଞ୍ଜପୁର, ୱାଲିଗଞ୍ଜ(ଆଂଶିକ) ଓ ଫରେଷ୍ଟ କଲୋନୀ(ଆଂଶିକ) ଅଞ୍ଚଳର ୩୧୯୯ ଜନସଂଖ୍ୟାକୁ ନେଇ ୨ ନଂ; ୱାଲିଗଞ୍ଜ(ଆଂଶିକ), ମାଇନିଂ କଲୋନୀ ଓ ଫରେଷ୍ଟ କଲୋନୀ(ଆଂଶିକ) ଅଞ୍ଚଳର ୩୨୩୫ ଜନସଂଖ୍ୟାକୁ ନେଇ ୩ ନଂ; ଲାଲବଜାର(ଆଂଶିକ), ଗୋଲାପବାଗ ଅଞ୍ଚଳର ୨୯୯୦ ଜନସଂଖ୍ୟାକୁ ନେଇ ୪ ନଂ; ଲାଲବଜାର(ଆଂଶିକ), ଅମ୍ବିକା ସାହି ଓ ବାବୁସାହି ଅଞ୍ଚଳର ୩୩୯୮ ଜନସଂଖ୍ୟାକୁ ନେଇ ୫ ନଂ; ପୁରୁଣା ହାଟସାହି ଓ ଆନନ୍ଦ ବଜାର ଅଞ୍ଚଳର ୩୧୫୦ ଜନସଂଖ୍ୟାକୁ ନେଇ ୬ ନଂ; ଦେଉଳସାହି, ବାଲିଘାଟ, ହୋଡ଼କୋ କଲୋନୀ ଓ ମଧୁବନ ତଳସାହି ଅଞ୍ଚଳର ୪୧୨୧ ଜନସଂଖ୍ୟାକୁ ନେଇ ୭ ନଂ; ସହରସାହି, ମାଳିସାହି ଓ ଶଙ୍ଖପଟା ଅଞ୍ଚଳର ୩୫୯୮ ଜନସଂଖ୍ୟାକୁ ନେଇ ୮ ନଂ; ମଧୁବନ, ସି. ଏସ ବିଦ୍ୟାପୀଠ ଓ ରାଣୀବାଗାନ ଅଞ୍ଚଳର ୩୩୧୩ ଜନସଂଖ୍ୟାକୁ ନେଇ ୯ ନଂ; ବ୍ରହ୍ମମନ୍ଦିର ସାହି ଅଞ୍ଚଳର ୩୩୯୮ ଜନସଂଖ୍ୟାକୁ ନେଇ ୧୦ ନଂ; ସୁନାମୁହିଁ, ଢ଼ିପାସାହି ଓ ନହରପଦା ଅଞ୍ଚଳର ୩୪୯୩ ଜନସଂଖ୍ୟାକୁ ନେଇ ୧୧ ନଂ; ଦୁତୁସାହି, ଷ୍ଟେସନବନ୍ଧ ସାହି ରାଇସ ମିଲ ଅଞ୍ଚଳର ୩୯୬୪ ଜନସଂଖ୍ୟାକୁ ନେଇ ୧୨ ନଂ; ଶ୍ରୀପଦଗଞ୍ଜ ସାହି, ଶ୍ରୀପଦଗଞ୍ଜ ଲେବର କଲୋନୀସାହି ଓ ହାଟପଦା ଅଞ୍ଚଳର ୩୬୬୨ ଜନସଂଖ୍ୟାକୁ ନେଇ ୧୩ ନଂ; ଶୁନଗଡ଼ିଆ ସାହି(ଆଂ), ବ୍ୟାଙ୍କ କଲୋନୀ ଓ ବାଲଟି କାରଖାନା ଅଞ୍ଚଳର ୪୩୯୯ ଜନସଂଖ୍ୟାକୁ ନେଇ ୧୪ ନଂ; ଦାରୋଗାଡ଼ାହି ଅଞ୍ଚଳର ୨୯୮୩ ଜନସଂଖ୍ୟାକୁ ନେଇ ୧୫ ନଂ; ପେରେଡ଼ ପଡ଼ିଆସାହି, ରାଖାଲଗୋପ ଅଞ୍ଚଳର ୩୭୦୪ ଜନସଂଖ୍ୟାକୁ ନେଇ ୧୬ ନଂ; ବଳରାମପୁର(ଆଂ), ଠାକୁରାଣୀସାହି ଓ ବିଜୟ ରାମଚନ୍ଦ୍ରପୁର(ଆଂ) ଅଞ୍ଚଳର ୩୪୩୧ ଜନସଂଖ୍ୟାକୁ ନେଇ ୧୭ ନଂ; ବିଜୟ ରାମଚନ୍ଦ୍ରପୁର(ଆଂ) ଓ ଜମୁନାଦେଇପୁର(ଆଂ) ଅଞ୍ଚଳର ୩୨୩୩ ଜନସଂଖ୍ୟାକୁ ନେଇ ୧୮ ନଂ; ରଘୁନାଥପୁର(ଆଂ), ବଳରାମପୁର(ଆଂ) ଓ ବିଜୟ ରାମଚନ୍ଦ୍ରପୁର(ଆଂ) ଅଞ୍ଚଳର ୩୫୦୬ ଜନସଂଖ୍ୟାକୁ ନେଇ ୧୯ ନଂ; ଶୁନଗଡ଼ିଆସାହି(ଆଂ) ଓ ଅଏଲ ମିଲ ଅଞ୍ଚଳର ୩୮୨୦ ଜନସଂଖ୍ୟାକୁ ନେଇ ୨୦ ନଂ; ପୂର୍ଣ୍ଣ ଚନ୍ଦ୍ରପୁର ଓ ବିଜୟ ରାମଚନ୍ଦ୍ରପୁର(ଆଂ) ଅଞ୍ଚଳର ୨୯୫୭ ଜନସଂଖ୍ୟାକୁ ନେଇ ୨୧ ନଂ; ରଘୁନାଥପୁର(ଆଂ) ଓ ଜନାର୍ଦ୍ଧନପୁର(ଆଂ) ଅଞ୍ଚଳର ୩୩୪୦ ଜନସଂଖ୍ୟାକୁ ନେଇ ୨୨ ନଂ; ତୁଳସୀଚୌରା(ଆଂ), ଶୁନଗଡ଼ିଆ(ଆଂ) ଓ ସଦରଥାନା ସାହି ଅଞ୍ଚଳର ୩୭୭୧ ଜନସଂଖ୍ୟାକୁ ନେଇ ୨୩ ନଂ; ହେମଚନ୍ଦ୍ରପୁର(ଆଂ) ଓ କାଳିକାପୁର(ଆଂ) ଅଞ୍ଚଳର ୩୬୪୯ ଜନସଂଖ୍ୟାକୁ ନେଇ ୨୪ ନଂ; ଶ୍ରୀପଦାଗଞ୍ଜ(ଆଂ) ଓ ଦେବେନ୍ଦ୍ରପୁର(ଆଂ) ଅଞ୍ଚଳର ୩୭୫୩ ଜନସଂଖ୍ୟାକୁ ନେଇ ୨୫ ନଂ; ଭୁଗୁଡ଼ାକୋଟା(ଆଂ) ଓ କୁମ୍ଭାରସାହି ଅଞ୍ଚଳର ୩୧୪୧ ଜନସଂଖ୍ୟାକୁ ନେଇ ୨୬ ନଂ; ହେମଚନ୍ଦ୍ରପୁର(ଆଂ), ମହାରାଜାପୁର(ଆଂ) ଓ ତୁଳସୀଚୌରା(ଆଂ) ଅଞ୍ଚଳର ୩୦୦୬ ଜନସଂଖ୍ୟାକୁ ନେଇ ୨୭ ନଂ; ବାଗଡ଼ିହା, କରତବସା ଓ ଛାଞ୍ଚ ଅଞ୍ଚଳର ୩୭୧୦ ଜନସଂଖ୍ୟାକୁ ନେଇ ୨୮ ନଂ; ବିଜୟରାମଚନ୍ଦ୍ରପୁର(ଆଂ) ଓ ରଘୁନାଥପୁର(ଆଂ) ଅଞ୍ଚଳର ୩୨୫୯ ଜନସଂଖ୍ୟାକୁ ନେଇ ୨୯ ନଂ; ମହାରାଜାପୁର(ଆଂ), ଦେବେନ୍ଦ୍ରପୁର(ଆଂ( ଓ ହେମଚନ୍ଦ୍ରପୁର(ଆଂ) ଅଞ୍ଚଳର ୩୩୯୭ ଜନସଂଖ୍ୟାକୁ ନେଇ ୩୦ ନଂ; ଭୁଗୁଡ଼ାକୋଟା(ଆଂ), ଜମୁନାଦେଇପୁର(ଆଂ) ଓ ବ୍ରାହ୍ମଣ ଶାସନ ଅଞ୍ଚଳର ୨୯୮୯ ଜନସଂଖ୍ୟାକୁ ନେଇ ୩୧ ନଂ ଏବଂ ବିଦ୍ୟାଧରପୁର, ଜନାର୍ଦ୍ଧନପୁର(ଆଂ) ଓ ଦାରୋଗାଡ଼ାହି(ଆଂ) ଅଞ୍ଚଳର ୩୧୭୦ ଜନସଂଖ୍ୟାକୁ ନେଇ ୩୨ ନଂ ୱାଡର଼୍ ଗଠନର ପ୍ରସ୍ତାବ ଗୃହୀତ ହୋଇ ଜିଲାପାଳଙ୍କ ଅନୁମୋଦନ ନିମନ୍ତେ ଯାଇଅଛି । ଉକ୍ତ ୱାଡର଼୍ ପୁନଃଗଠନ ପ୍ରସ୍ତାବ ଉପରେ କୌଣସି ବ୍ୟକ୍ତିର ଆପତ୍ତି ଅଭିଯୋଗ ରହିଥିଲେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋÂରେ ଆସନ୍ତା ଫେବୃଆରୀ ୨୪ ଦାଖଲ କରିବା ପରେ ତାହା ଉପରେ ଶୁଣାଣି ହୋଇ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ ଏବଂ ଏହା ଉପରେ ଶେଷ ମୋହର ଲଗାଯିବା ନିମନ୍ତେ ସରକାରଙ୍କ ନିକଟକୁ ପଠାଇ ଦିଆ ଯିବ । ତେବେ ବାରିପଦା ପୌରପରିଷଦର ଏହି ୱାଡର଼୍ ପୁନଃଗଠନ ପ୍ରସ୍ତାବରେ ପାତର ଅନ୍ତର କରାଯାଇଥିବାର ଅଭିଯୋଗ ହେଉଛି । ଜିଲାପାଳ ଓ ପୌର ନିର୍ବାହୀ ଅଧିକାରୀ ପୌରପରିଷଦର ଭୌଗୋଳିକ ସ୍ଥିତିକୁ ବିଚାରକୁ ନ ନେଇ ନିଜ ଇଚ୍ଛା ଅନୁସାରେ ୱାଡର଼୍ ପୁନଃଗଠନ କରିଥିବାର ଅଭିଯୋଗ ଆସିଛି । ଏଥି ସହିତ ଏହି ପ୍ରସ୍ତାବକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବାରିପଦା ପୌରପରିଷଦର ସୀମା ବୃଦ୍ଧିପାଇ ଚାଲିଥିବା ବେଳେ ନୂଆ ଅଞ୍ଚଳକୁ ସାମିଲ କରାଯିବା ପରିବର୍ତ୍ତେ ପୂର୍ବର ୨୦ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଗଠିତ ହୋଇଥିବା ୨୮ ଗୋଟି ୱାଡର଼୍ ମଧ୍ୟରୁ ୧୦, ୧୨, ୧୩, ୧୪, ୧୫ ଓ ୨୦ ନଂ ୱାଡର଼୍ର ସୀମାରେଖାରେ କୌଣସି ପରିବର୍ତ୍ତନ କରା ନ ଯାଇ ଅବଶିଷ୍ଟ ୨୨ଟି ୱାଡର଼୍କୁ କାଟଛାଟ ସହିତ ୨୦୧୧ ଜନଗଣନା ମାଧ୍ୟମରେ ୪ଟି ୱାଡର଼୍ ବୃଦ୍ଧିପାଇ ୩୨ ସଂଖ୍ୟା ଧରିଛି । ଏହା ମଧ୍ୟରେ ଅନୁସୂଚିତ ଜାତିର ମହିଳା ବର୍ଗଙ୍କ ନିମନ୍ତେ ୨ ଓ ପୁରୁଷଙ୍କ ନିମନ୍ତେ ୨, ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ନିମନ୍ତେ ୩ ଓ ପୁରୁଷଙ୍କ ନିମନ୍ତେ ୨ ଏବଂ ଅଣସଂରକ୍ଷିତ ମହିଳାଙ୍କ ନିମନ୍ତେ ୧୧ ଓ ୧୨ଟି ୱାଡର଼୍କୁ ଅଣସଂରକ୍ଷିତ ଭାବେ ରଖାଯାଇଛି । ପ୍ରକାଶିତ ତାଲିକାକୁ ନେଇ ବିଭିନ୍ନ ୱାଡର଼୍ର କାଉନସିଲର ଓ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କେତେକ ୱାଡର଼୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମୟଠାରୁ ଅଣସଂରକ୍ଷିତ ଓ ମହିଳା ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇ ଆସୁଥିବା ବେଳେ ଅନ୍ୟ କେତେକ ୱାଡର଼୍ ସମସ୍ତ ବର୍ଗଙ୍କ ନିମନ୍ତେ ରୋଟେସନ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ପରିସର ମଧ୍ୟରେ ରହିଆସୁଛି । ଫଳରେ ଜିଲାପାଳଙ୍କ ସ୍ୱାକ୍ଷରରେ ପ୍ରସ୍ତୁତ ବାରିପଦା ପୌରପରିଷଦ ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ାକୁ ନେଇ କେତେକ କାଉନସିଲର ଆଇନର ଆଶ୍ରୟ ନେବାର ଚେତାବନୀ ଦେଇଥିବାରୁ ଏହାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।