ଜଗତସିଂହପୁର ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

0

ଜଗତସିଂହପୁର:(ରମେଶ ମହାନ୍ତି)-ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗୁରୁବାର ଦିନ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୁବକ୍ରିଡାବିତ୍ ମାନଙ୍କୁ ସ୍ପୋର୍ଟସ୍ କିଟ୍ ପ୍ରଦାନ କରିଥିଲେ । ସମସ୍ତ କ୍ରୀଡାବିତ୍ ମାନଙ୍କ ସାଙ୍ଗରେ ଜିଲ୍ଲାପାଳ ଷ୍ଟାଡିୟମରେ ଦୌଡ଼ିଥିଲେ। ପରେ ଯୁବ କ୍ରୀଡାବିତଙ୍କ ସହିତ ଜିଲ୍ଲାପାଳ ଟେବୁଲ୍ ଟେନିସ ଖେଳିଥିଲେ। ସକାଳ ୯ଟାରେ ଗାନ୍ଧୀଛକ ଠାରୁ ଏକ ଗଣଦୌଡ ଶ୍ରୀକୃଷ୍ଣ ଏକାଡେମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଏହି ଗଣଦୌଡକୁ ଜିଲ୍ଲାପାଳ ଉଦଘାଟନ କରିଥିଲେ।ଏହି ଗଣଦୌଡରେ କ୍ରୀଡାବିତ୍,ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଅଂଶଗ୍ରହଣ କରିଥିଲେ।ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚସ୍ତରୀୟ କ୍ରୀଡାବିତ୍ ହୋଇ ଜିଲ୍ଲାକୁ ଗୌରବାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ। ଆମଦେଶର କିମ୍ବଦନ୍ତୀ ପୁରୁଷ ବିଶିଷ୍ଟ ହକି କ୍ରୀଡାବିତ୍ ଧ୍ୟ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ କ୍ରିଡା ଦିବସ ଭାବେ ପାଳନ କରାଯାଉଛି। ପିଲାମାନେ ଭଲ ପାଠପଢିବା ସହିତ ଉତ୍ତମ କ୍ରିଡା ଅଭ୍ୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କ୍ରୀଡାଦ୍ୱାରା ଶରୀର ସୁସ୍ଥ ରହିବା ସହିତ ପିଲାମାନେ ଶୃଙ୍ଖଳିତ ହୁଅନ୍ତି। ପ୍ରତ୍ୟେକ ସ୍କୁଲକୁ କ୍ରୀଡା ଉପକରଣ କିଣିବା ନିମନ୍ତେ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ।ଏତଦବ୍ୟତୀତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମକୁ ସୁନ୍ଦର କରାଯାଉଛି। ଏହି ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରିଣୀ ବିଶ୍ୱବିଜୟିନୀ ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ,ଜିଲ୍ଲା ଆଥଲେଟିକ ଆସୋସିଏସନ ସମ୍ପାଦକ ଦୋଳଗୋବିନ୍ଦ ଦାଶ, କ୍ରୀଡା ବିଭାଗ କର୍ମଚାରୀ,କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତଥିଲେ।ଏହି ଦିବସ ଅବସରରେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଓ ବିଣାପାଣୀ ଉଚ୍ଚ ବିଦ୍ୟାଳୟ ଓଡିଶଗଡ ମଧ୍ୟରେ ଏକ ଭଲିବଲ ମ୍ୟାଚ୍ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

 

Leave A Reply

Your email address will not be published.