ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଗୁରୁମଗୁଡା, ବ୍ୟାପୁଛି ଅସନ୍ତୋଷ 

0

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କଲେ ସ୍ମାରକ ପତ୍ର

ରାୟଗଡ(ସରୋଜ କୁମାର ସାହୁ) ଆଜି ରାୟଗଡ ପୌର ପାଳିକା କାର୍ଯ୍ୟାଳୟ ସମ୍ମୁଖରେ ରାୟଗଡ ୱାର୍ଡ ନଂ. ୧ ଅନ୍ତର୍ଗତ ଗୁରୁମଗୁଡା ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୪ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରି ଉକ୍ତ ଅଂଚଳର ସମସ୍ୟା ଓ ତାର ଆଶୁ ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହ ସବିଶେଷ ଆଲୋଚନା କରିଥିଲେ । ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ରାୟଗଡ ପୌରାଅଂଚଳ ୱାର୍ଡ ନଂ. ୧ ସ୍ଥିତ ଗୁରୁମଗୁଡା ଗ୍ରାମବାସୀ ମାନେ ଯୁବ ବିକାଶ ପରିଷଦ ସହଯୋଗରେ ଏକ ରାଲିରେ ଆସି ପୌର ପାଳିକା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦର ସ୍ୱର ଉତୋଳନ କରି ଅଂଚଳର ମୌଳିକ ସୁବିଧାରୁ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ ବର୍ଷ ଧରି ବଂଚିତ ରହି କି କି ପ୍ରକାରର ସମସ୍ୟା ଭୋଗୁଛନ୍ତି, ତାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ ବର୍ଷ ହେଲା ଆମ୍ଭ ଗ୍ରାମ ଗୁରୁମଗୁଡା ରାୟଗଡ ପୌର ସଂସ୍ଥାର ୱାର୍ଡ ନଂ. ୧ ରେ ସାମିଲ ହୋଇଥିଲେ ମଧ୍ୟ ଗା୍ରମକୁ ପକ୍କାରାସ୍ତା ନଥିବା, ବିଜୁଳୀ ଆଲୁଅ ପ୍ହଂଚି ପାରିନଥିବା ଓ ବିଶୁଦ୍ଧ ପାନୀୟଜଳ ଯୋଗା ଯାଉନଥିବା ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁଥିବା ବିଷୟ ଜଣାଇବା ସହ ଭଲ ରାସ୍ତାଟିଏ ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ପହଂଚି ପାରୁନଥିବା ଯୋଗୁଁ ରର୍ଭବତୀ ମହିଳା ଓ ରୋଗୀ ମାନଙ୍କ ଅବସ୍ଥା ଗୁରୁତର ହୋଇପଡୁଥିବା ପ୍ରକାଶ କରିଥିଲେ । ଆଗାମୀ ତା. ୧୮.୧୦.୨୦୧୯ ରିଖ ମଧ୍ୟରେ ସେମାନଙ୍କ ଦାବୀ ଗୁଡିକ ଯଦି ସହୃଦୟତାର ସହ ପ୍ରଶାସନ ବିଚାରକରି ପୁରଣ କରିବା ଦିଗରେ କାଳକ୍ଷେପଣ ନିତୀ ଅଲଲମ୍ବନ କରେ ତେବେ ଅନଶନ ଧର୍ମଘଟରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।  

Leave A Reply

Your email address will not be published.