ଅଭିଯୋଗକାରୀ ଏଥର  ବିନା ଆଶଙ୍କାରେ ଯିବେ ଥାନା, ପୋଲିସ ବାବୁଙ୍କୁ ଅଭଦ୍ର ଆଚରଣ ଦେଖାଇବା ମନା

0

ଭୁବନେଶ୍ୱର : ଥାନାକୁ ଅଭିଯୋଗ କରିବାକୁ ଯାଉଛନ୍ତି କି !!! ନିଃସଂକୋଚରେ ଯାନ୍ତୁ | ଆଉ ଆଗଭଳି ପୋଲିସ ହୁମିଲିଏସନ ବା ପୋଲିସ ଅଭାଦ୍ରାମୀ ଆଚରଣ( ଯାହା ପ୍ରାୟତଃ ଜାଗାରେ ଦେଖିବାକୁ ମିଳେ)  ଆଉ ଆପଣଙ୍କୁ ସାହୁକୁ କରିବାକୁ ପଡ଼ିବନି | ଏଥର ପୁରା ପିପୁଲସ ପୋଲିସ | ମାନେ ପୋଲିସ ଲୋକଙ୍କର, ତେଣୁ ଲୋକଙ୍କୁ ଅଯଥାରେ ଆଉ ଡରାଣ ଓ ଧମକାଣ ଦେଇ ପାରିବନାହିଁ | ଅଭିଯୋଗ କରିବାକୁ ଆସୁଥିବା ପ୍ରତି ବ୍ୟକ୍ତିଙ୍କୁ ଏଥର ଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବେ | କାରଣ ଏବେ ଲୋକ ବା ଅଭିଯୋଗକାରୀଙ୍କ ହାତରେ ରହିବ ଥାନା ବାବୁ ବା ଥାନା ଷ୍ଟାଫଙ୍କ ଲଗାମ | ସେମାନଙ୍କ ଫିଡବ୍ୟାକ ଉପରେ ପ୍ରସ୍ତୁତ ହେବ ଥାନା ବାବୁଙ୍କ ରିପୋର୍ଟ କାର୍ଡ | ଏ କଥା ଗପ ଭଳି ଲାଗୁଛି ନା !! ହଁ ଲାଗିବ | ହେଲେ ନା, ଏ କଥା ଶୋଳଅଣା ସତ, ଆଉ ଏକଥା କହିଛନ୍ତି ଓଡ଼ିଶାର ପୋଲିସ ମୁଖିଆ ବା ମହା ନିର୍ଦ୍ଦେଶକ ବିଜୟ କୁମାର ଶର୍ମା | ଆଉ ଅଭିଯୋଗକାରୀଙ୍କ ପ୍ରତି କିଭଳି ଆଚରଣ ହେବ ତାହା ତାଲିମ ବି ଦିଆଯିବ | ଆଉ ଏଟା କୁଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ମୋ ସରକାର କାର୍ଯ୍ୟକ୍ରମର ଅଂଶବିଶେଷ | 

ତେଣୁ ଆଗରୁ ଖାକି ବର୍ଦ୍ଦି ପିନ୍ଧିଥିବା ପୁଲିସ୍‌ ବାବୁଙ୍କୁ ଦେଖିଲେ ମନରେ ଅଜଣା ଭୟ ଖେଳି ଯାଉଥିଲା ତାହା  ଏବେ ଦୂରେଇ ଯିବ। ଆଗକୁ ପୁଲିସ୍ ବାବୁମାନେ ଆଉ ଅଭିଯୋଗକାରୀଙ୍କୁ ଧମକ ଦେଇ ପାରିବେନି କି ନାଲି ଆଖି ଦେଖାଇ ପାରିବେନି। କାରଣ ଅଭିଯୋଗକାରୀଙ୍କ ପ୍ରତି ସେମାନଙ୍କ ବ୍ୟବହାରକୁ ନେଇ ପ୍ରସ୍ତୁତ ହେବ ରାଜ୍ୟର ପ୍ରତି ଥାନାର ରିପୋର୍ଟ କାର୍ଡ। ଏ ସବୁ ମୁଖ୍ୟମନ୍ତ୍ରୀଙ୍କ ୫ ଟିର ପ୍ରଭାବ ବୋଲି କୁହାଯାଉଛି |  ଆଉ ଏଥିନିମନ୍ତେ ଅଭିଯୋଗକାରୀଙ୍କଠାରୁ ନିଆଯିବ ଫିଡ୍‌ବ୍ୟାକ୍‌ । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ପୁଲିସ୍‌ ଡିଜି ବି.କେ.ଶର୍ମା ଏହି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.