ମନ୍ତ୍ରୀ ସୁଶାନ୍ତ ସିଂଙ୍କ କଥାରେ ବିଜେଡିକୁ ସୁହାଇଲା ଭଳି କାମ କରୁଛି ପୋଲିସ 

0

 ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଦାବି ଜଣାଇଲା ବିଜେପି

ବିଜେପୁରର ତେଲ ମହୁଲ ଛକ ଠାରେ ପୋଲିସ ଦ୍ୱାରା ନିରପକ୍ଷ ଯାଂଚ ଦାବୀ

ବିଜେପୁରରେ ୨୪ ଘଂଟିଆ ପୋଲିସ ମୁତୟନ ସହ ପ୍ରତି ଗାଡିକୁ ନିୟମିତ ଭାବେ ଯାଂଚ କରାଯାଉ 

ତେଲ ମହୁଲ ଛକରେ ସିସିଟିଭି ଲଗାଇବା ପାଇଁ ଦାବି

ଭୁବନେଶ୍ୱର,ତା ୧୪/୦୨ :  ବିଜେପୁର ଉପନିର୍ବାଚନରେ ଶାସକ ବିଜେଡି ବ୍ୟାପକ ଭାବରେ ସରକାରୀ କଳକୁ ଅପବ୍ୟବହାର କରୁଛି । ବିଜେପୁର ନିର୍ବାଚନ ମଣ୍ଡଳୀରେ ପୋଲିସର ନିରପେକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ  ଉଠୁଛି   । ବିଜେପୁରର ତେଲ ମହୁଲ ଛକ ଠାରେ ପୋଲିସ ଦ୍ୱାରା ନିରପକ୍ଷ ଯାଂଚ ହେଉନାହିଁ ।  ଶାସକ ବିଜେଡିର ବିଧାୟକ ତଥା ମନ୍ତ୍ରୀ  ସୁଶାନ୍ତ ସିଂଙ୍କ ହାତବାରେସି ସାଜି ପୋଲିସ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଛି । ଏହା ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେପିର ଏକ ପ୍ରତିନିଧୀଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।  ବରଗଡ ଜିଲ୍ଲାର ତେଲ ମହୁଲ ଛକ ହେଉଛି ପଦ୍ମପୁର ଆଡୁ ଉଭୟ ବିଜେପୁର ଏବଂ ଗାଏସିଲଟ ବ୍ଲକକୁ ଯିବା ପାଇଁ ମୁଖ୍ୟ ପ୍ରବେଶ ପଥ । ଏହି ଛକରେ ପୋଲିସ ବିଭାଗ ତରଫରୁ ଏକ ଯାଂଚ ଫାଟକ ଥିଲେ ମଧ୍ୟ ସେଠି ପୋଲିସ ମୃତୟନ ନାହାଁନ୍ତି । ପୋଲିସ ଅନ୍ୟ ସ୍ଥାନମାନଙ୍କରେ ଯାଂଚ କରିବା ଆଳରେ ବିଜେଡି ଗାଡିକୁ ଯିବାକୁ ଦେଉଥିବା ବେଳେ ଉଦେ୍ଧଶ୍ୟମୂଳକ ଭାବେ ବିଜେପି ସମର୍ଥକ ମାନଙ୍କ ଗାଡିକୁ ଅଟକାଉଛି ବୋଲି ବିଜେପି  ଅଭିଯୋଗ କରିଛି ।

ତୁରନ୍ତ ତେଲ ମହୁଲ ଛକରେ ସିସିଟିଭି କ୍ୟାମେରା ଲଗାଯାଉ । ଏଥି ସହ ସେହି ସ୍ଥାନରେ ୨୪ ଘଂଟିଆ ପୋଲିସ ମୁତୟନ ସହ ନିୟମିତ ଯାଂଚର ବ୍ୟବସ୍ଥା କରାଯାଉ । ନିର୍ବାଚନ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଫିସରଙ୍କ ନାଁକୁ ନିର୍ବାଚନ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କୁ  ସୁଚିତ କରାଯାଉ ବୋଲି ବିଜେପି ଦାବି କରୁଛି ।  

ବିଜେପି ରାଜ୍ୟ ମୁଖ୍ୟ ମୁଖପାତ୍ର  ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିିନିଧୀଦଳରେ ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି  ଠାକୁର ରଂଜିତ ଦାସ, ପୂର୍ବତନ ଡେପୁଟି ମେୟର ଉର୍ମିଳା ମହାପାତ୍ର, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ  ଏନ. ରାଜେନ୍ଦ୍ର କୁମାର ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ । 

Leave A Reply

Your email address will not be published.