ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

0 1

ପଦ୍ମପୁର-ଶାସକ ପ୍ରଶାସକ :  ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଭାରେ ବିଦ୍ୟାଳୟର ପୁର୍ବତନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପ୍ରଧାନ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ ।ବିଦ୍ୟାଳୟର ବରିଷ୍ଠ  ଶିକ୍ଷକ ଶ୍ରୀ ଗଙ୍ଗାଧର ମହାନ୍ତି,ଶ୍ରୀ କ୍ଷୀରସିନ୍ଧୁ ସୁନା, ଶ୍ରୀ କାର୍ତ୍ତିକ  ଦାଶ ପ୍ରମୂଖ ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ଓ ଜୀବନୀ ଉପରେ ଆଲୋକପାତ କରିଥିଲେ  । ନିର୍ଦ୍ଧାରିତ ସମୟ ମଧ୍ୟରେ ସରସ୍ୱତୀ ବନ୍ଦନା,  “ବିଶ୍ୱ ଜୀବନ ହେ” “ବିଶ୍ୱ ଦେଖ ମଧୁମୟରେ ଜୀବନ” ଓ ମଙ୍ଗଳେ ଅଇଲା ଉଷା” ସମବେତ ଛାତ୍ର ଶିକ୍ଷକ ମିଳିତ ଭାବରେ ଗାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ  ରଚନା,କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା ।  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷକ ରାଜେଶ ଖମାରୀ ଓ ଧନ୍ୟବାଦ ଦେଇଥିଲେ ମୋହନ ବନଛୋର । ଏଥିରେ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ପଣ୍ଡା,ସୁନୀଲ ସିହ୍ନା,ପ୍ରଶାନ୍ତ ସାହୁ, ଅଭିଳାଷ ସାହୁ, ହରେକୃଷ୍ଣ ମେହେର ଓ କର୍ମଚାରୀ ଦିପକ  ତିୱାରୀ, କୃଷ୍ଣଚନ୍ଦ୍ର ପଧାନ,ପଦ୍ମନାଭ ବୁଡେକ, ନନ୍ଦଗୋପାଲ ବନଛୋର ପ୍ରମୂଖ ସହଯୋଗ କରିଥିଲେ ।  

Leave A Reply

Your email address will not be published.