ତର୍ତଙ୍ଗ ପଞ୍ଚାୟତରେ ଆଇନ ସଚେତନତା ଶିବିର

0 1

ଜଗତସିଂହପୁର:(ରମେଶ ମହାନ୍ତି)-ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତର୍ତଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଅଫିସର ସଞ୍ଜୟ କୁମାର ପରିଡ଼ା,ସରପଞ୍ଚ ଗଙ୍ଗାଧର ଭୋଇ,ଫ୍ରଟ ଅଫିସ ରିଟେନର ପ୍ରମୋଦ କୁମାର ଷଡଙ୍ଗୀଙ୍କ ସମେତ ପାରାଲିଗାଲ୍ ସ୍ୱେଚ୍ଛାସେବୀ ବୃନ୍ଦ ଯୋଗଦେଇଥିଲେ।ଏହି ଶିବିରରେ ପ୍ରାଧିକରଣର ସଚିବ ଶ୍ରୀ ରାଉତ ଲୋକମାନଙ୍କ ଦୈନଦିନ ଜୀବନରେ ଆବଶ୍ୟକ ପଡୁଥିବା ଆଇନ ଗୁଡିକ ବିଷୟରେ ଆଲୋକପାତ କରିବା ପୂର୍ବକ କିଶୋର ନ୍ୟାୟ ଆଇନ,ବାଧ୍ୟତା ମୂଳକ ଶିକ୍ଷାଗତ ଅଧିକାର ନିୟମ,କନ୍ୟା ସନ୍ତାନର ମହତ୍ତ୍ୱ,ପ୍ରାକ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ନିଦାନ ଅଧିନିୟମ ଓ ପାରିବାରିକ ହିଂସା ନିରୋଧ ଆଇନ ଆଦି ବିଷୟରେ ଆଲୋଚନା କରିଥିଲେ।ଏଥିସହିତ ଶିବିରରେ ଅତିଥିମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବିଷୟରେ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ।ଏହି ଶିବିରରେ ଆଖପାଖ ଅଞ୍ଚଳର ଦୁଇ ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯୋଗଦେଇଥିଲେ।

Leave A Reply

Your email address will not be published.